Latest Odisha News

୧୨ ଫୁଟର ବିଶାଳକାୟ ଅଜଗର ଉଦ୍ଧାର, ବିଲୁଆକୁ ଖାଇ ବଗିଚାରେ ଶୋଇଥିଲା ସାପ

ଭୁବନେଶ୍ୱର : ବିରାଟକାୟ ଅଜଗର ଧରାପଡ଼ିଛି ଗ୍ରାମବାସୀଙ୍କ ହାତରେ । ଗୋଟିଏ ବିଲୁଆକୁ ଗିଳିଦେଇ ଜଣେ ବ୍ୟକ୍ତିଙ୍କ କଦଳୀ ବଗିଚାରେ ଶୋଇଥିଲା ଏହି ବିଶାଳକାୟ ଅଜଗର ସାପ ।

କାଠ ଭାବି ମାଡ଼ିଦେବା ପୂର୍ବରୁ ହିଁ ଗ୍ରାମବାସୀ ଜାଣି ପାରିଲେ ଯେ, ଏହା କାଠଗଣ୍ଡି ନୁହେଁ ବରଂ ଏକ ବିଶାଳକାୟ ମାରାତ୍ମକ ଅଜଗର ସାପ । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ପାଇକପଡ଼ା ଗ୍ରାମରେ ।

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ଅଞ୍ଚଳର ପାଇକପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ହିଁ ଧରା ପଡ଼ିଛି ଅଜଗର ସାପ । ଅଜଗରଟି ଏକ ବିଲୁଆକୁ ଖାଇଦେଇ ବିଶ୍ରାମ ନେଇଥିଲା କଦଳୀବଣରେ ।

କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ହିଁ ଗ୍ରାମବାସୀମାନେ ଦେଖିପାରିଥିଲେ ଏହି ମାରାତ୍ମକ ଜନ୍ତୁଟିକୁ । ଗ୍ରାମବାସୀମାନେ ସ୍ଥାନୀୟ ସ୍ନେକ୍ ହେଲ୍ପରଙ୍କୁ ଡ଼କାଇ ସାପଟିକୁ କଦଳୀବଣରୁ ଉଦ୍ଧାର କରିଛନ୍ତି ।

ଏହି ବିଶାଳକାୟ ଅଜଗର ସାପଟିର ଲମ୍ବ ହେଉଛି ୧୨ ଫୁଟ ଏବଂ ଓଜନ ପ୍ରାୟ ୫୦କେଜି ବୋଲି ଆକଳନ କରିଛନ୍ତି ଗ୍ରାମବାସୀମାନେ । ଏହି ଅଜଗରଟିକୁ ଗ୍ରାମବାସୀମାନେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.