Latest Odisha News

BREAKING NEWS

ପ୍ରଥମଥର ଲାଗି ଅମିତାଭ ଝିଅ ସହିତ ପରଦାକୁ ଆସିଲେ, ପାପାଙ୍କ ସହ ଅଳଙ୍କାର ଆଡ୍ କରି ଶ୍ୱେତା ବଚ୍ଚନ୍ ଖୁସ୍ !

ମୁମ୍ବାଇ : ବଲିଉଡ଼ର ଶାହେନଶାହ ଭାବେ ଅଭିତାଭ ବଚ୍ଚନ ପରିଚିତ ଥିବାବେଳେ ପତ୍ନୀ ଜୟା ଓ ପୁଅ-ବୋହୂ ଅଭିଷେକ-ଐଶ୍ୱର୍ଯ୍ୟା ମଧ୍ୟ ବଲିଉଡ଼ରେ କମାଲ୍ କରୁଛନ୍ତି । ଏକ ଭିନ୍ନ ଅନ୍ଦାଜରେ ଏହି ବଚ୍ଚନ ଫେମିଲି ବଲିଉଡ଼ରେ ଅଭିନୟର ଯାଦୁକରୀ କରିସ୍ମା ଦେଖାଇଚାଲିଛନ୍ତି । କିନ୍ତୁ ଅମିତଙ୍କର ଝିଅ ଶ୍ୱେତା ନନ୍ଦା ବଚ୍ଚନ କେବେବି ସ୍କ୍ରିନକୁ ଆସିନଥିଲେ । ତେବେ ପ୍ରଥମଥର ଲାଗି ଝିଅ ଶ୍ୱେତାଙ୍କୁ ବିଗ୍ ବି ଅମିତାଭଙ୍କ ସହିତ ଏକ ବିଜ୍ଞାପନର ସ୍କ୍ରିନରେ ଦେଖିବାକୁ ମିଳିଛି ।

ବିଗ୍ ବି ଅମିତାଭଙ୍କ ସହିତ ପ୍ରଥମଥର ଲାଗି ଝିଅ ଶ୍ୱେତା ସ୍କ୍ରିନ ଉପରେ ଆକ୍ଟିଂ କରିଥିବାର ଟ୍ୱିଟ୍ କରିଛନ୍ତି ନିଜେ ଅମିତାଭ । ବଲିଉଡ଼ର ପ୍ରସିଦ୍ଧ ଏହି ବାପ-ଝିଅଙ୍କ ବିଜ୍ଞାପନଟି ପ୍ରକୃତରେ ଦେଖିବାପରେ ସମସ୍ତଙ୍କୁ ଇମୋସନାଲ୍ କରିଦେଉଛି ।

ଏହି ଅଳଙ୍କାର ବିଜ୍ଞାପନର ଷ୍ଟୋରୀଟି ଏହିପରି – ଅମିତାଭ ତାଙ୍କ ଝିଅ ସହିତ ବ୍ୟାଙ୍କ ଯାଇଛନ୍ତି । ବ୍ୟାଙ୍କରେ ତାଙ୍କୁ ଗୋଟିଏ କାଉଣ୍ଟରରୁ ଆଉ ଗୋଟିଏ କାଉଣ୍ଟରକୁ ପଠାଯାଉଛି । ଶେଷରେ ତାଙ୍କୁ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟକୁ ପଠାଇଦିଆ ଯାଉଛି ।

ତାଙ୍କର ଅଭିଯୋଗ ହେଉଛି, ଭୁଲବଶତଃ ୨ଥର ଲାଗି ପେନସନ ତାଙ୍କ ଆକାଉଣ୍ଟକୁ ଆସିଯାଇଛି । କିନ୍ତୁ ମ୍ୟାନେଜର ଜଣକ ଟଙ୍କା ନଫେରାଇ ଟଙ୍କାତକ ନିଜ ପାଖରେ ରଖିଦେବାକୁ ପରିହାସ କରି କହୁଛନ୍ତି । ଅମିତାଭ ସେଇଠି କହୁଛନ୍ତି “ଯାହା ଭୁଲ ହେଲା ତାହା ସବୁବେଳେ ଭୁଲ, ମୁଁ ଏହାକୁ ରଖିପାରିବିନି କହି ସତ୍ ପଥକୁ ଆବୋରି ନେଇଛନ୍ତି” ।

ଏହି ଫିଲ୍ମଟିରେ ଝିଅ ଶ୍ୱେତା ତାଙ୍କ ପାପାଙ୍କ ସହିତ ଅଟୋରେ ଯାଉଥିବା ଦୃଶ୍ୟ ଏବଂ ବ୍ୟାଙ୍କରେ ପାପାଙ୍କୁ ସାହାଯ୍ୟ କରୁଥିବାର ଦୃଶ୍ୟରେ ରହି ଶ୍ୱେତା ବେଶ୍ ଖୁସ୍ ବୋଲି କହିଛନ୍ତି । ମୁଁ ମୋ ପାପାଙ୍କ ସହିତ ପ୍ରଥମଥର ସ୍କ୍ରିନକୁ ଆସିଥିବାରୁ ପ୍ରକୃତରେ ମୁଁ ଭାଗ୍ୟବାନ ବୋଲି କହିଛନ୍ତି ଝିଅ ଶ୍ୱେତା ନନ୍ଦା ବଚ୍ଚନ । ଏହି ଆଡ୍ ଫିଲ୍ମଟି ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

 

Leave A Reply

Your email address will not be published.