Latest Odisha News

ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୩ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।

ସେଥିମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଜମି ହରାଙ୍କୁ ଉଚିତ୍ ମୂଲ୍ୟ ଓ କ୍ୟାମ୍ପ କୋର୍ଟ ସ୍ଥାପନା କରିବା ଆଦି ରହିଛି ।

ବିଭିନ୍ନ ସ୍ଥାନରେ ସମିତି ପକ୍ଷରୁ ପିକେଟିଂ ସହ ରାସ୍ତାରୋକ୍ କରାଯାଇଛି । ଯାହା ଫଳରେ ଯାନବାହାନ ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

Comments are closed.