Latest Odisha News

BREAKING NEWS

ସୁରଟରେ ଭୟାବହ ଅଗ୍ନିକାଣ୍ଡ; ନିଆଁ ଲିଭାରେ ଲାଗିଛନ୍ତି ଦମକଳ ବାହିନୀର ୪୦ ଗାଡି

ସୁରଟ: ଗୁଜୁରାଟର ସୁରଟ ନିକଟସ୍ଥ ସରୋଲି ଅଞ୍ଚଳରେ ଥିବା ରଘୁବାର ମାର୍କେଟ କପ୍ଲେକ୍ସର ୧୦ ମହଲା ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ରଘୁବାର ମାର୍କେଟ କପ୍ଲେକ୍ସର ୧୦ ମହଲାରେ ଥିବା କପଡା ବଜାରରେ ନିଆଁ ଲାଗିବା କାରଣରୁ ଅନେକ କ୍ଷୟକ୍ଷତି ଘଟିଛି ।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀର ୪୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏଯାବତ୍ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ ।

ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏଯାବତ୍ ମୃତାହତର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

Leave A Reply

Your email address will not be published.