Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୨୧-୧-୨୦୨୦ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୧ ରିଖ ମଙ୍ଗଳବାର ମକର ୭ଦିନ ମାଘମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର

ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ପୋଇ ଖାଇବା ନିଷେଧ

ମେଷ: ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ଯେକଟି କର୍ମକ୍ଷେତ୍ରରେ ବିଜୟ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ବିତ ହୋଇପାରନ୍ତି। ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।

ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିବେ। ନିର୍ମାଣ, ନୂତନ କର୍ମାରମ୍ଭ, ଯୋଗାଯୋଗ, ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଲୋଚନା ପରିସରରେ ଆପଣ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।

ମିଥୁନ: ପାରିବାରିକ ସୌଖ୍ୟ ପ୍ରଦାନ କରିବା ଦିଗରେ ସହାୟକ ହେବ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ ସରକାରୀ ସ୍ତରରେ କାମ ହାସଲରେ ଅକୃତକାର୍ଯ୍ୟ ହେବା ଯୋଗୁ ବ୍ୟସ୍ତ ରହିବେ । ଋଣ ପରିଶୋଧ କରିବା ପାଇଁ ଚାପର ବଶବର୍ତ୍ତୀ ହୋଇପାରନ୍ତି।

କର୍କଟ: ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ। ମତପାର୍ଥକ୍ୟ ଜନିତ ବାକ୍‌ ବିତଣ୍ଡା ସୃଷ୍ଟି ହେବାର ସୂଚନା ରହିଛି । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାର କୃତି ଓ କୃତିତ୍ୱର ଅଧିକାରୀ ହୋଇପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ବ୍ୟବସାୟିକ ଦିଗଟି ବହୁତ ଭଲ ରହିବ।

କନ୍ୟା: କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି, ବନ୍ଧୁ ସମ୍ପର୍କ ଓ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରାଇବ। ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭା୍ରତୃବିବାଦ ଦେଖାଦେଇ ପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାଜନିତ ମନ ଉଦ୍‌ବେଗଯୁକ୍ତ ରହିପାରେ।

ତୁଳା: ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା ସହ କୌଣସି ନୂଆ କାମଟିଏ ଆରମ୍ଭ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।

ବିଛା: କାର୍ଯ୍ୟସିଦ୍ଧି ସହ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାର ଲକ୍ଷ୍ୟ କରି ସାମୟିକ ଆଶ୍ୱସ୍ଥି ଲାଭ କରିବେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ ଆଦେଶାନୁସାରେ କିମ୍ବା ଘରୋଇ କାମରେ ହେଉନା କାହିଁକି ଆପଣଙ୍କୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ପଡିବ।

ଧନୁ: କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ। ପରୋକ୍ଷ ଶତ୍ରୁତା କାରଣରୁ ପରିସ୍ଥିତିର ଅପମାନଜନକ ସ୍ଥିତି ଉପୁଜିପାରେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । କୌଣସି କ୍ଷେତ୍ରରେ ସାହାଯ୍ୟ ଓ ଅର୍ଥ ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିବେ । କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିପାରେ।

ମକର: ଅନିଦ୍ରାଜନିତ ରୋଗର ଶିକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହେବା କାରଣରୁ ଗସ୍ତ କାଯର୍‌ୟକ୍ରମ ବାତିଲ ହେବାର ସୂଚନା ରହିଛ।

କୁମ୍ଭ: ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ବାଧ୍ୟ ହେବେ। ପ୍ରିୟଜନଙ୍କ ସାହାଯ୍ୟ ମାଧ୍ୟମରେ ଜମିଜମା ସମ୍ପର୍କି ତ ବିବାଦର ଆଶୁ ସମାଧାନ ହୋଇଯିବ। ନିର୍ମାଣ, ଶିଳ୍ପ, ବାଣିଜ୍ୟାଦିରେ ଶୁଭଫଳ ପାଇବେ। କଳା,ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ। ବିଭିନ୍ନ କାମରେ ବ୍ୟସ୍ତ ରହି ମୂଳଲକ୍ଷ୍ୟକୁ ପାଶୋରି ଦେଇପାରନ୍ତି।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି। ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

Leave A Reply

Your email address will not be published.