Latest Odisha News

BREAKING NEWS

୨୦୧୯ର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ ।

ଏହି ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ଏସିଆ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଭଳି ମହାଦେଶରେ ସକାଳ ୮.୨୦ ରୁ ଦିନ ୧୧.୨୮ ମଧ୍ୟରେ ଦୃଶ୍ୟମାନ ହେବ ।

ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବାକୁ ଥିବା ବେଳେ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁ ଭଳି ରାଜ୍ୟର କିଛି ସ୍ଥାନରେ ବଳୟ ସୂର୍ଯ୍ୟପରାଗ ଦେଖାଯିବ ବୋଲି ସୂଚନା ମିଳିଛି।

ଏହାକୁ ସୁରକ୍ଷିତ ଭାବେ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି । 

ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ପ୍ଲାନିଟୋରିୟମ ଜନସାଧାରଣଙ୍କୁ ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖାଇବା ନିମନ୍ତେ ନିଜର ଦୂରବୀକ୍ଷଣ ଯନ୍ତ୍ରର ସ୍ଥାପନା କରାଇଛନ୍ତି । ସେହିପରି ସମ୍ବଲପୁରର ବୁର୍ଲାରେ ଅବସ୍ଥିତ ଅବଦୁଲ କଲାମ ପ୍ଲାନେଟାରିୟମରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ଆଖି ଉପରେ କୁପ୍ରଭାବ ପଡ଼ିବା କାରଣରୁ ପରାଗ ବେଳେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.