Latest Odisha News

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ

କଟକ : ୧୨ ଘଣ୍ଟିଆ କଟକ ବନ୍ଦ ଡାକରା । ଲଘୁଚାପ ଜନିତ ବର୍ଷା ସତ୍ୱେ କଟକ ଶାରଦୀୟ ପୂଜାରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ବଢ଼ାଇବା ଏବଂ ମୂର୍ତ୍ତି ଉପରୁ ପରଦା ହଟାଇ ଭକ୍ତଙ୍କୁ ଦର୍ଶନ କରିବା ଦାବିରେ କଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପଯ୍ୟର୍ନ୍ତ କଟକ ବନ୍ଦ କରାଯାଇଛି । ବନ୍ଦ ପ୍ରଭାବରେ ଗାଡି ମଟର ଚଳାଚଳ ଠପ୍ ହୋଇଯାଇଥିଲା ।ସହରରେ ଦୋକାନ ବଜାର ମଧ୍ୟ ବନ୍ଦ ବନ୍ଦ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଏପରିକି ପେଟ୍ରୋଲ ପମ୍ପ ଗୁଡିକୁ ମଧ୍ୟ ବନ୍ଦ ରହିଛି । ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଦଳୀୟ ନେତୃବୁନ୍ଦ ମାନେ ଝଡିବର୍ଷା ସତ୍ୱେ ମଧ୍ୟ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଥିଲେ। ସେପଟେ ବିଜେପିର ଅନୁରୋଧ ଓ ପ୍ରଶାସନ ଉପରେ କଟକ ବାସୀ କ୍ଷୁବ୍ଧ ଥିବାରୁ ଏହି ବନ୍ଦକୁ ସମର୍ଥନ କରିଛନ୍ତି।

କଟକର ସମସ୍ତ ବାଣିଜ୍ୟ କାରବାର,ସ୍କୁଲ୍,କଲେଜ,କୋର୍ଟ ,କଚେରୀ,ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିଲା ଝୋଲାସାହି ଚୌଧୁରୀ ବଜାର,ସିଡିଏ,ବିଡାନାସୀ,ବକ୍ସି ବଜାର,ବିଜୁ ପଟ୍ଟନାୟକ ଛକ.ଚଣ୍ଡୀ ଛକ,ନୟାସଡକ ଆଦି ବିଭିନ୍ନ ସ୍ଥାନରେ କର୍ମୀମାନେ ପିକେଟିଂ କରିଥିବା ବେଳେ ପୋଲିସ କିଛି ବିଜେପି କର୍ମୀଙ୍କୁୂ ଗିରଫ କରି ପରେ ଛାଡିଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.