Latest Odisha News

BREAKING NEWS

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି ।

ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର । ଏହି ମନ୍ଦିରରେ ବିରାଜମାନ ଥିବା ଦେବତାଙ୍କୁ ସ୍ଥାନୀୟ ବ୍ୟବସାୟୀମାନେ ନିଜର ବ୍ୟବସାୟୀକ ସହଯୋଗୀ ଭାବେ ବିବେଚନା କରିଥାନ୍ତି । ଖାସ ଏହି କାରଣରୁ ବଡବଡ ବ୍ୟବସାୟୀମାନେ କିଛି ବଡ ଧରଣର ବ୍ୟବସାୟ କରିବା ପୂର୍ବରୁ ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । ଭଗବାନ ସାଁୱଲିଆଜୀଙ୍କୁ ନିଜ ସହଯୋଗୀ ଭାବି ବ୍ୟବସାୟର ଲାଭ ଅଂଶକୁ ମନ୍ଦିରରେ ଦାନ କରିବା ନେଇ ମାନସିକ କରିଥାନ୍ତି ।

ଅମାବାସ୍ୟାର ପୂର୍ବଦିନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ସାଁୱଲିଆ ସେଠ୍ ମନ୍ଦିରରେ ଦାନ ଦେବା ଲାଗି ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ଯାହାକୁ ସୁଚାରୁ ରୂପେ ତୁଲାଇବା ଲାଗି ପ୍ରାୟ ୨୦୦ ଜଣ ମନ୍ଦିର ସେବକ ନିୟୋଜିତ ହୋଇଥାନ୍ତି । ମନ୍ଦିର ଟ୍ରଷ୍ଟିଙ୍କ କହିବା ଅନୁଯାୟୀ ଚଳିତଥର ଦାନ କାର୍ଯ୍ୟକ୍ରମରେ ୧ କି.ଗ୍ରା ସୁନା ବିସ୍କୁଟ୍ ଓ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନାରୂପା ଗହଣା ଦାନ ରୂପେ ଗ୍ରହଣ କରାଯାଇଛି । ତେବେ ପ୍ରଥମ ଥର ପାଇଁ ମନ୍ଦିର ଦାନବାକ୍ସରେ ୧୨୫ ଖଣ୍ଡ ୧୦୦ ଡଲାରର ନୋଟ୍ ମଧ୍ୟ ମିଳିଛି ।

ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କର ଶ୍ରୀ ସାଁୱଲିଆ ସେଠ୍ ମନ୍ଦିର ଉପରେ ରହିଛି ଅଗାଢ ବିଶ୍ୱାସ । ଲୋକକଥା ଅନୁଯାୟୀ ଏହି ମନ୍ଦିରରେ ମୀରାବାଇ ଦିନେ ମୁରଲୀଧରଙ୍କୁ ପୂଜାର୍ଚ୍ଚନା କରୁଥିଲେ । ରାଜସ୍ଥାନ ସରକାରଙ୍କ ଅଧିନସ୍ଥ ଏହି ମନ୍ଦିରରେ ଅଧିକାଂଶ ଚାଷୀ ଓ ଅଫିମ ବେପାରୀଙ୍କ ଭିଡ ଜମିଥାଏ । କରୋନା ମହାମାରୀ ସମୟରେ ମଧ୍ୟ ଭକ୍ତମାନେ ମୁକ୍ତ ହସ୍ତରେ ମନ୍ଦିରକୁ ଦାନ କରିଥିଲେ । ଲକ୍‌ଡାଉନ୍ ସମୟରେ ଦାନବାକ୍ସରୁ ୩ କୋଟି ଟଙ୍କା ସଂଗୃହିତ ହୋଇଥିଲାବେଳେ ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକଙ୍କୁ ବାଦ୍ ଦେଲେ ବିଦେଶୀ ପର୍ଯ୍ୟଟକଙ୍କ ଏତେଟା ଭିଡ ନାହିଁ ।

Leave A Reply

Your email address will not be published.