Latest Odisha News

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା

ଢେଙ୍କାନାଳ: ଥମୁନି ଏନ୍‌ଏସି ମାନ୍ୟତା ଦାବି ତାତି । ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ । ଆନ୍ଦୋଳନ ଯୋଗୁଁ ଦୋକାନ, ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ପୁରୁଣା କଟକ-ସମ୍ବଲପୁର ରାସ୍ତାର ରାସୋଳ ବଜାର ଠାରେ ମୁଖ୍ୟ ରାସ୍ତା ଉପରେ ଆନ୍ଦୋଳନକାରୀମାନେ ଧାରଣା ଦେଇଛନ୍ତି । ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି। ପୁରା ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ଦେଖାନଦିଅ ସେନେଇ ପୋଲିସକର୍ମୀ ମୁତୟନ କରାଯାଇଛି ।

ନିକଟରେ ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୪ଟି ପଞ୍ଚାୟତକୁ NAC ର ମାନ୍ୟତା ଘୋଷଣା କରିଛନ୍ତି I ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଏହି ପଞ୍ଚାୟତ NAC ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏଥିରୁ ବଞ୍ଚିତ ହୋଇଛି I ଯାହାକୁ ନେଇ ରାସୋଳ କୁ NAC ମାନ୍ୟତା ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି ରାସୋଳ ବଜାରବାସୀ ।

Leave A Reply

Your email address will not be published.