Latest Odisha News

BREAKING NEWS

ଅଟୋ ଡ୍ରାଇଭରଙ୍କ ‘ଖୋୟା-ଖୋୟା ଚାନ୍ଦ’ ଗୀତରେ ଫିଦା ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀ

ନୂଆଦିଲ୍ଲୀ: ଆମ ଦେଶର ଲୋକଙ୍କ ଭିତରେ ପ୍ରତିଭା ଭରପୂର ହୋଇ ରହିଛି । ନିଜର ଖୁସିକୁ ଛୋଟ ଛୋଟ ଜିନିଷ ମାଧ୍ୟମରେ ଖୋଜି ସ୍ୱପ୍ନ ପୂରଣ କରିଥାନ୍ତି । ସୋସିଆଲ ମିଡିଆ ଯୁଗରେ ଏପରି ଘଟଣା ବେଶ୍ ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଗତକାଲି ମୁମ୍ୱାଇ ରାସ୍ତାରେ ନଜରକୁ ଆସିଥିଲା । ଜଣେ ଅଟୋ ଡ୍ରାଇଭର ତାଙ୍କ ଅଟୋକୁ  କନ୍ସର୍ଟ ଷ୍ଟେଜରେ ପରିଣତ କରିଥିଲେ । ଯାହା ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ସୋସିଆଲ ମିଡିଆରେ  ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରିବା ମାତ୍ରେ  ଭାଇରାଲ ହେବାରେ ଲାଗିଛି ।

ଖବର ଲେଖାଯିବା ସୁଧା ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଏଥିସହ ଦୁଇ ଲକ୍ଷ କୋଡିଏ ହଜାର ୟୁଜର୍ସ ଭିଡିଓକୁ ଲାଇକ କରିଛନ୍ତି । ହଜାର ହଜାର ଲୋକ ଭିଡିଓକୁ ସେୟାର କରିଛନ୍ତି ।

ଅଟୋ ଡ୍ରାଇଭରଙ୍କ ପ୍ରତିଭାକୁ ଇନଷ୍ଟାଗ୍ରାମ ୟୁଜର୍ସ ବେଶ୍ ପସନ୍ଦ କରିଛନ୍ତି । ଏମିତିକି ଶହ ଶହ ସଂଖ୍ୟାରେ ଲୋକ ଏହି ଭିଡିଓକୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,‘‘ ଭିତରୁ ଆମେ ଅନ୍ୟ କିଛି , ବାହାରୁ ଆମେ ଅସହାୟ ।’’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି,‘‘ ବହୁତ ସୁନ୍ଦର ହୋଇଛି…. କିନ୍ତୁ ଗାଡ଼ି ଚଳାଇବା ସମୟରେ ଗୀତ ଗାଇବା ବିପଦଜ୍ଜନକ ।’’

 

View this post on Instagram

 

A post shared by Amit Trivedi (@itsamittrivedi)

ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀ ଲେଖିଛନ୍ତି,‘‘ ଏକ ଉତ୍ସାହର ଝଲକ୍ ମୁମ୍ୱାଇ ରାସ୍ତାରେ ଦେଖିବାକୁ ପାଇଲି । ଅଟୋ ଡ୍ରାଇଭର ତାଙ୍କ ଅଟୋକୁ  କନ୍ସର୍ଟ ଷ୍ଟେଜରେ ପରିଣତ କରିଛନ୍ତି ।  ଏହା ଦେଖି ବହୁତ ଖୁସି ଲାଗିଲା । ଭାରତରେ ଅତି ଚମତ୍କାର ପ୍ରତିଭା ଅଛନ୍ତି। ’’

ଏହି ଅଟୋ ରିକ୍ସା ପଛରେ ବଡ଼ ବଡ଼ ଅକ୍ଷରରେ  ‘ଶୁଭ ଜନ୍ମଦିନର ଶୁଭେଚ୍ଛା’ ସହ କିଛି ଲୋକଙ୍କର ନାଁ ମଧ୍ୟ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏଥିସହ ଅଟୋ ଭିତରେ ରଙ୍ଗୀନ ଆଲୋକ ସହିତ ଉଚ୍ଚ ସ୍ୱରରେ ଗୀତ ବାଜୁଛି । ବଲିଉଡର ଏଭର ଗ୍ରୀନ କଣ୍ଠଶିଳ୍ପୀ ମହମ୍ମଦ ରାଫି ଗାଇଥିବା ଗୀତ ‘ଖୋୟା-ଖୋୟା ଚାନ୍ଦ… ଗୀତ ଗାଉଥିବା ଅଟୋ ଡ୍ରାଇଭରଙ୍କୁ ଭିଡିଓରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.