Latest Odisha News

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

ଜଗସିଂହପୁର : ମେଡିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବା ଦାବିରେ ଜଗସିଂହପୁର ବନ୍ଦ ଡାକରା  । ଆଜି  ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା  ଯାଏଁ ବନ୍ଦ ପାଳନ କରାଯାଉଛି ।

ବନ୍ଦ ପ୍ରଭାବରେ ଆଜି ସଦର ମହକୁମାରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଓ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି  ।  ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି  । କଂଗ୍ରେସ,ବିଜେପି, ନବନିର୍ମାଣ କୃଷକ ସଂଗଠନ ସହିତ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ତଥା ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଏହି ବନ୍ଦରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.