Latest Odisha News

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି: ଭଟ୍ଟି ବିକ୍ରମାର୍କ ହେଲେ ଉପ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି । ହେଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତମିଲିସାଈ ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ଉପମୁଖ୍ୟମନ୍ତ୍ରୀ ଡି. ଶିବ କୁମାରଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

BjdElectrycity

ରେଡ୍ଡିଙ୍କ ସହ  ଭଟ୍ଟି ବିକ୍ରମାର୍କ ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି  । ଏହା ବ୍ୟତୀତ ଅନ୍ୟ ୧୧ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଉଛନ୍ତି ।

ମୁଖ୍ୟମନ୍ତ୍ରୀ ହେବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡଆ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା । ମୁଁ ରାଜ୍ୟର ପ୍ରଗତି ଏବଂ ନାଗରିକଙ୍କ କଲ୍ୟାଣ ନିମନ୍ତେ ଯଥା ସମ୍ଭବ ଆଶ୍ୱାସନା ଦେଉଛି ।‘

 

Leave A Reply

Your email address will not be published.