Latest Odisha News

BREAKING NEWS

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ୍

ବାଲେଶ୍ୱର: ପିଲାଙ୍କ ପ୍ରତି ବଢ଼ିଛି କରୋନା ଭୟ । ରାଜ୍ୟରେ ଛୋଟ ଛୁଆଙ୍କୁ ସଂକ୍ରମଣ ବଢୁଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଏସଏନସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ କରୋନା ସଂକ୍ରମିତ ହୋଇଛନ୍ତି ।

ଆଉ ୮ ଆକ୍ରାନ୍ତଙ୍କ ବୟସ ମାସେରୁ ଅଧିକ । ଏନେଇ ବାଲେଶ୍ୱର ସିଡିଏମଓ ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩୦ ଜଣ ଶିଶୁ ଓ କିଶୋର(୦-୧୮ ବର୍ଷ ଭିତରେ) କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏବେ ପିଲାଙ୍କୁ ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢ଼ିଛି ।

Leave A Reply

Your email address will not be published.