Latest Odisha News

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି

ଭୁବନେଶ୍ୱର:ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳି । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଶାସନର ନିଷ୍ପତି କ୍ରମେ ଧଉଳି ଖୋଲିଛି ।ପର୍ଯ୍ୟଟକ ମାନଙ୍କ ଆଗମନରେ ପୁଣି ଚଳଚଂଞ୍ଚଳ ହୋଇଉଠିବ ଧଉଳି ଶାନ୍ତିସ୍ତୁପ । ପୁଣି ଲାଇଟ୍ ଆଉ ସାଉଣ୍ଡର ମଜା ନେବେ ଦର୍ଶକ ।
କିଛି ଦିନ ଧରି ବେପାର ବନ୍ଦ କରି ବସିଥିବା ସ୍ଥାନୀୟ ବ୍ୟବସାୟୀ ମାନେ ପର୍ଯ୍ୟଟକ ମାନଙ୍କ ଆସିବାକୁ ଚାହିଁ ବସିଛନ୍ତି । ପର୍ଯ୍ୟଟକଙ୍କ ପାଇଁ ଧଉଳି ଖୋଲିବା ନେଇ ଗତ ୨୩ ତାରିଖରୁ ଅନୁମତି ପତ୍ର ମିଳିସାରିଥିଲା ।

ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜିଠାରୁ ଖୋଲିଛି ଧଉଳି  । ଆଜି ଦିନ ୧୦ ଟାରୁ ଧଉଳି ଖୋଲିବା ପରେ ପର୍ଯ୍ୟଟକ ମାନଙ୍କ ଭିଡ ମଧ୍ୟ ଜମିବା ଆରମ୍ଭ ହୋଇଗଲାଣି । କରୋନା ଗାଇଡ ଲାଇନକୁ ମାନିବା ସହ ସାନିଟାଇଜର ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।ଭିଡ ନିୟନ୍ତ୍ରଣଳୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.