ମାଲକାନଗିରି:ଆଜି ମାଲକାନଗିରି ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ୧୨ଜଣ ଗିରଫ ହୋଇଛନ୍ତି । କାଲି ୬ଜଣ ଗିରଫ ହୋଇଥିଲେ । ଏବେ ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
ସୂଚନାଥାଉକି, ମାଲକାନଗିରିରେ ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି ।
ଏବେ ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନର ସର୍ଭେରୁ ଜଣାପଡିଛି ଯେ ଏମ.ଭି ୨୬ ହିଂସା କାଣ୍ଡରେ ୨୪୦ ଘର ଓ ଦୋକାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି। ସ୍ଥିତି ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଗତ ସୋମବାରରୁ ଲାଗିଥିବା ବିଏନଏସ ଧାରା ୧୬୩ ହଟାଯାଇଛି।
ସୂଚନାନୁସାରେ, ଜଣେ ମହିଳାଙ୍କ ମୁଣ୍ତ ବିହୀନ ଶରୀରର ମିଳିବା ପରେ, ମାଲକାନଗିରି ଜିଲ୍ଲାର MV-26 ଏବଂ ରାଖେଲଗୁଡ଼ା ଗାଁରେ ହିଂସା ଦେଖାଦେଇଥିଲା।