Latest Odisha News

BREAKING NEWS

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

 

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ କ୍ୱାରେନଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୫ ଜଣ ମହିଳା ରହିଛନ୍ତି । ତେବେ ଅନ୍ୟଜଣେ ବ୍ୟକ୍ତି ବୁର୍ଲସ୍ଥିତ ଭିମସାରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଘର ହେମଗିରି ଅଞ୍ଚଳରେ ।

ଆହୁରି ମଧ୍ୟ ରାଉରକେଲାର ବିପିୟୁଟି କ୍ୱାରେନଣ୍ଟାଇନ୍ ସେଣ୍ଟରରୁ ୧୦ ଜଣ ଏବଂ ଜଣେ କୋଭିଡ ହସ୍ପିଟାଲର ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୪୭ କରୋନା ମାମଲା ରହିଥିବା ବେଳେ ୧୨୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.