Latest Odisha News

BREAKING NEWS

ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ମାମଲା ଥିବା ବେଳେ ପୁରୀ ଗସ୍ତରେ ବାହାରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ଡିଜି ଅଭୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ପୁରୀରେ ପରିସ୍ଥିତିର ତଦାରଖ କରିବେ । ପୁରୀରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେ ନେଇ ଅନୁଧ୍ୟାନ କରିବେ ପୋଲିସ ଡିଜି ଅଭୟ ।

ପୁରୀ ରଥଯାତ୍ରା ଅନିଶ୍ଚିତତା ଭିତରେ ଥିବାବେଳେ ଯଦି ସୁପ୍ରିମକୋର୍ଟଙ୍କ ରାୟ ରଥଯାତ୍ରା ସପକ୍ଷରେ ଆସେ ତେବେ ରଥଯାତ୍ରା ପାଇଁ ସରକାରଙ୍କୁ ସବୁ ବ୍ୟବସ୍ଥା କରିବାକୁ ପଡିବ । ତେଣୁ ପୁରୀରେ ଆଜିଠୁ ଡେରା ପକାଇବେ ମୁଖ୍ୟ ଶାସନ ସଚିବ ଓ ପୋଳିସ ଡିଜି । ବିଶେଷ କରି କରୋନା ମହାମାରୀ ଭଳି ସ୍ଥିତି ଓ କେନ୍ଦ୍ରର ଗାଇଡଲାଇନ୍ ମାନି କିଭଳି ରଥଯାତ୍ରା ପାଳନ କରାଯିବ ତା’ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.