Latest Odisha News

BREAKING NEWS

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ମୋଦୀ ଚାହୁଁଛନ୍ତିି ଓଡ଼ିଶାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉ ।

ଅପରାହ୍ଣ ସାଢ଼େ ୨ଟାରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ସବୁଜ ସଂକେତ ଦେଇଛନ୍ତି । ପୁରୀରେ ରଥଯାତ୍ରା ସ୍ଥିତି ବାବଦରେ ଗଜପତିଙ୍କ ଠାରୁ ଅବଗତ ହୋଇଛନ୍ତି ଗୃହମନ୍ତ୍ରୀ । ଫଳରେ ରଥଯାତ୍ରା ହେବା ନୂଆ ଆଶା ସଂଚାର ହୋଇଛି ।

Leave A Reply

Your email address will not be published.