Latest Odisha News

BREAKING NEWS

ଓଡିଶାର ୧୨ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ, ସୂଚନା ଦେଲେ ଡିଜି

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁମାନେକି ନିକଟ ଅତୀତରେ ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ପୁନଃରୁଦ୍ଧାର ଲାଗି ଯାଇଥିଲେ ।

ଏନେଇ ମଙ୍ଗଳବାର ଦିନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ରାଜ୍ୟ ସରକାର ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ପ୍ରୟାସ କରୁଥିବା ବେଳେ ଏହି ଯୋଦ୍ଧା ମାନେ ଖୁବଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ଉକ୍ତ ଟ୍ୱିଟରେ ଉଲ୍ଲେଖ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ମଧ୍ୟ ଏନଡିଆରଏଫ୍ ଟିମର ପାଖାପାଖି ୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଅଧିକ ପଢନ୍ତୁ: କଟକରେ ୪୯ ଜଣ ଏନଡିଆରଏଫ୍ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୧୩୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୧୯୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୧୪୦ ରହିଛି ।

Leave A Reply

Your email address will not be published.