Latest Odisha News

BREAKING NEWS

ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ମୃତଦେହ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଥିବା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛି।

ପ୍ରାପ୍ତ ସୂଚନାନୁଯାୟୀ ଗତ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅର୍ଜୁନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଅଧିକ ପଢନ୍ତୁ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବିଜେପି ନେତା ସ୍ୱର୍ଗତଃ ସେଠୀଙ୍କ ପାର୍ଥୀବ ଶରୀରକୁ ଶେଷ ବିଦାୟ ଦେବାସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ତେବେ ଏହି ବିଜେପି ନେତାଙ୍କ ମରଶରୀରକୁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ତାଙ୍କ ଜନ୍ମଭୂମି ଓଡଙ୍ଗାକୁ ନିଆଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.