Latest Odisha News

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ କ୍ୟାମ୍ପ୍‌ରେ ପଜିଟିଭ୍ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ୩ ଦିନ ପୂର୍ବରୁ ଜଣେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କ୍ୟାମ୍ପର ୧୬୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।କଟକ ଜିଲ୍ଲାରେ ଆଜି ସନ୍ଧ୍ୟାରେ ଏହାକୁ ମିଶାଇ ନୂଆ ୫୨ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.