Latest Odisha News

BREAKING NEWS

ଭଦ୍ରକ ପୌରପାଳିକାର ୧୨ଟି ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକ ସହରରେ ଲୋକାଲ୍ କଣ୍ଟାକ୍ଟ କେସ୍ ବି ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଭଦ୍ରକ ପୌରପାଳିକାର ୧୨ଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କଣ୍ଟେନମେଣୋଟ ଜୋନ୍ ଘୋଷଣା ହୋଇଥିବା ଓ୍ୱାର୍ଡଗୁଡ଼ିକ ହେଲା ୩, ୬, ୭, ୯, ୧୩, ୧୪, ୧୫, ୧୬, ୧୭, ୧୮, ୨୨ ଓ ୨୮। ଏନେଇ ଗତକାଲି ବିଳମ୍ବିତ ରାତିରେ ଜାରି ହୋଇଛି ନିର୍ଦେଶନାମା । ସହରକୁ ନ ଆସିବା ଲାଗି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨୧ କରୋନା ଆକ୍ରାନ୍ତ । ୩୭୩ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୧୪୩ । ୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.