Latest Odisha News

BREAKING NEWS

ଆପେ ଆପେ ବଦଳିଯାଉଛି ଜିଭର ରଙ୍ଗ

ନୂଆଦିଲ୍ଲୀ: ଆପେ ଆପେ ବଦଳିଯାଉଛି ଜିଭର ରଙ୍ଗ। ଜିଭର ବର୍ଣ୍ଣ ଉଜ୍ଜ୍ୱଳ ହଳଦିଆ ପ୍ରତିରକ୍ଷା ପ୍ରଣାଳୀ ଲାଲ ରକ୍ତ କଣିକା ଉପରେ ଆକ୍ରମଣ କରି ନଷ୍ଟ କରିଦେଉଛି। ଏମିତି ଏକ ବିରଳ ବ୍ୟାଧିର ଶିକାର ହୋଇଛି କାନାଡାର ଜଣେ ୧୨ ବର୍ଷର ବାଳକ।

ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଳକ ଅନେକ ଦିନ ଧରି ଗଳା ଯନ୍ତ୍ରଣା, ଘନ ପରିସ୍ରା, ପେଟ ଯନ୍ତ୍ରଣା ଏବଂ ଚର୍ମ ଜନିତ ବିଭିନ୍ନ ସମସ୍ୟା ଅନୁଭବ କରିବା ପରେ  ଡାକ୍ତରଙ୍କ ପାଖକୁ ନିଆଯାଇଥିଲା।

ପ୍ରଥମେ ଡାକ୍ତରମାନେ ଶିଶୁଟି ଜଣ୍ଡିସ୍‌ରେ ପୀଡ଼ିତ ହୋଇଥିବା କହିଥିଲେ। ଏହି ରୋଗରେ ପୀଡ଼ିତ ବ୍ୟାକ୍ତିଙ୍କ ଚର୍ମ ହଳିଦିଆ ଦେଖାଯିବା ସହିତ ଆଖିର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଏ।

ଅନ୍ୟ ପରୀକ୍ଷା କରିବା ପରେ ବାଳକଟି ରକ୍ତହୀନତାର ଶିକାର ହୋଇଥିବା ସନ୍ଦେହ କରିଥିଲେ। ଏହାପରେ ବାଳକଟି ‌କୋଲ୍ଡ ଏଗ୍ଲୁଟିନିନ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ଏକ ବିରଳ ଅଟୋମ୍ୟୁମ୍ୟୁନ ରୋଗ। ଯେଉଁଥିରେ ଜଣେ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ନିଜର ଲାଲ ରକ୍ତ କଣିକାକୁ ନଷ୍ଟ କରିଦିଏ।

ବାଳକଟିର ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହାପରେ ବାଳକଟି ସୁସ୍ଥ ହେଉଥିବା ସୂଚନା ମିଳିଛଇ ଏବଂ ଜିଭ ରଙ୍ଗ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.