Latest Odisha News

BREAKING NEWS

ମିଳିଲେ ନିଖୋଜ ଅମ୍ରିତ, କେଉଁଠି ଓ କିପରି ଥିଲେ?

ନୟାଗଡ଼: ଉଦ୍ଧାର ହେଲା ନୟାଗଡ଼ର ୧୨ ବର୍ଷୀୟ ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଓଡ଼ଗାଁ ବ୍ଲକ କୁରାଡ ପଞ୍ଚାୟତ ସୁବୁଦ୍ଧି ସାହିରୁ ନିଖୋଜ ହୋଇଥିଲେ ଅମ୍ରିତ । ୫ ଦିନ ତଳେ ସନ୍ଧ୍ୟାବେଳେ ଟିଉସନରୁ ଘରକୁ ଫେରିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା ।

ଅମ୍ରିତଙ୍କୁ ଖୋଜିବା ପାଇଁ ପୋଲିସ ପ୍ରଶାସନ ତତ୍ପରତା ଦେଖାଇଥିଲା । ପରୀ ଭଳି ଅମ୍ରିତଙ୍କର ଯେପରି କିଛି ନହୁଏ, ସେନେଇ ଖୁବ ତନାଘନା କରିଥିଲା ପୋଲିସ । ଅମ୍ରିତଙ୍କ ପରିବାର ସଦସ୍ୟ ବି ସାମୁହିକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । କୁରାଡ ପଞ୍ଚାୟତ ସହିତ ପୂରା ନୟାଗଡରେ ଅମ୍ରିତଙ୍କୁ ଖୋଜାଖୋଜି ଜାରି ରଖିଥିଲା ପୋଲିସ । ତେବେ ଏପରି ହଠାତ ନିଜ ଗାଁରୁ ଅମ୍ରିତ୍ ମିଳିଯିବା କଥାକୁ ସହଜରେ ଲୋକେ କିମ୍ୱା ପୋଲିସ ଗ୍ରହଣ କରିପାରୁନାହାଁନ୍ତି ।

ଘଟଣା ଦିନ ଏକ ଅଜଣା ବୋଲରୋ ଗାଁର ଚକ୍କର ଲଗାଉଥିବା ଲୋକେ କହିଥିଲେ । ତେବେ ଏତେ ଦିନ ଧରି ଅମ୍ରିତ କେଉଁଠି ଓ କିପରି ଥିଲେ, ତାହାକୁ ନେଇ ଉଠିଛି ପ୍ରଶ୍ନ । ଅମ୍ରିତ ସକାଳୁ ରାସ୍ତାରେ ବୁଲୁଥିବା ବେଳେ ଲୋକେ ତାଙ୍କୁ ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର ଦେଇଥିଲେ ।  ସେ ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ନୀରବ ରହୁଛନ୍ତି । ତାଙ୍କୁ ନୟାଗଡ ହସପିଟାଲକୁ ନେଇ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି । ଏହା ପରେ ପୋଲିସ ନିଜର ତଦନ୍ତ ଆଗକୁ ବଢାଇବ ।

କୁରାଳ ସରପଞ୍ଚ ବିଜନ ପାଇକରାୟ କହିଛନ୍ତିଯେ ଅମ୍ରିତଙ୍କୁ ହାତ ବାନ୍ଧି ରଖାଯାଇଥିବା କହିଛନ୍ତି ଖୋଦ୍ ଅମ୍ରିତ୍ ।

Leave A Reply

Your email address will not be published.