Latest Odisha News

BREAKING NEWS

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ ରହିଥିଲା ।

ଶେଷ ୫ମିନିଟରେ କୌଣସି ଟିମ୍ ଗୋଲ୍ କରିପାରିନଥିଲେ ଓ ମ୍ୟାଚ୍ ପେନାଲ୍ଟି ସୁଟଆଉଟରେ ରହିଲା । ଯେଉଁଥିଲେ ଆର୍ଜେଣ୍ଟିନା ୪-୨ ଗୋଲରେ ବାଜିମାତ୍ କରି ତୃତୀୟ ଥର ବିଶ୍ୱ ବିଜୟୀ ହେବାର ଗୌରବ ହାସଲ କଲା ।

ଫାଇନାଲ ମ୍ୟାଚର ସବୁଠୁ ବଡ଼ ରୋମାଞ୍ଚକ ଥିଲା ଫ୍ରାନ୍ସ ସୁପରଷ୍ଟାର ଏମବାପ୍ପେଙ୍କ ହ୍ୟାଟ୍ରିକ । ସେହିପରି ଆର୍ଜେଣ୍ଟିନାର ଲିଓନେଲ ମେସି ବି ୨ଟି ଗୋଲ୍ ଦେଇଥିଲେ ।

Leave A Reply

Your email address will not be published.