Latest Odisha News

BREAKING NEWS

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି ।
ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର ମସିପୁଟ ଗାଁର ଏକ ନାବାଳକ ସହ ଅନ୍ୟମାନଙ୍କ ଝଗଡା ହୋଇଥିଲା । ତେବେ କଥା କଟାକଟି ବଢିଯାଇ ଗଣ୍ଡଗୋଳର ରୂପ ନେଇଥିଲା ।

ପରେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି  ଏସପି କହିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଏନେଇ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚର ଉଚରା ଜାରି ରଖିଛି ।

 

Comments are closed.