ଚଣ୍ଡୀଗଡ: ୧୨ ବର୍ଷ ବୟସରେ ଚଣ୍ଡୀଗଡ ଜୟବୀର ୨୩୮ ପୃଷ୍ଠାର ଉପନ୍ୟାସକୁ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜୟବୀରଙ୍କ ଉପନ୍ୟାସର ନାମ ହେଲା ଦି ଡବଲ ଫୋର୍ସ ଆଣ୍ଡ ଦି ଫଲେନ କିଙ୍ଗଡମ । ପ୍ରତ୍ୟେକ ଚାପ୍ଟର ଲେଖିବା ପରେ ସେ ତ୍ରୁଟି ସୁଧାରିବା ପାଇଁ ପରିବାର ଏବଂ ସାଙ୍ଗଙ୍କ ସାହାଯ୍ୟ ନେଇଥାନ୍ତି । ଉପନ୍ୟାସକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୩ ବର୍ଷ ସମୟ ଲାଗିଥିଲା ।
ବାପା ଜସଜିତ ସିଂ ଓ ମାଆ ଗୁରଶୀକ କୌର ଏଥିନେଇ ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏହା ଏକ ରହସ୍ୟ ରୋମାଂଚ ଭରା ଉପନ୍ୟାସ । ପିଲା ବେଳୁ କାହାଣୀ ଲେଖିବା ନେଇ ମୋର ଆଗ୍ରହ ଥିଲା । ଏବେ ଏହା ସାକାର ହୋଇଛି ବୋଲି ସେ କହିଛନ୍ତି । ଉପନ୍ୟାସକୁ ଚଣ୍ଡୀଗଡ ସାହିତ୍ୟ ଏକାଡେମୀ ଓ ସେଂଟ ଜୋନ୍ସ ଓଲ୍ଡ ବୟଜ ଆସୋସିଏଶନ ସହ ମିଶି ସେଂଟ ଜୋନ୍ସ ସ୍କୁଲର ପ୍ରିନ୍ସିପାଲ ଉନ୍ମୋଚନ କରିଥିଲେ ।
Comments are closed.