Latest Odisha News

BREAKING NEWS

ମୁମ୍ବାଇ ଆକ୍ରମଣକୁ ୧୨ବର୍ଷ; ଏବେ ବି ମନରୁ ଲିଭିନି ବର୍ବରତାର ଚିତ୍ର

ମୁମ୍ବାଇ: ଆଜିକୁ ଠିକ୍ ୧୨ବର୍ଷ ତଳେ ମୁମ୍ବାଇରେ ଘଟିଥିଲା ଲୋମହର୍ଷଣକରୀ ଘଟଣା । ୨୦୦୮ ମସିହା ନଭେମ୍ବର ୨୬ରେ ସ୍ତବ୍ଧ ହେଇଯାଇଥିଲା ସାରା ଦେଶ । ସେଇ ଆକ୍ରମଣର ଆତଙ୍କ ଏବେ ବି ମନରୁ ଯାଇନି । ନିଃଶବ୍ଦ ରାତିରେ ଆତଙ୍କବାଦୀ ଆକ୍ରମଣରେ ରକ୍ତ ରଞ୍ଜିତ ହୋଇପଡ଼ିଥିଲା ମୁମ୍ବାଇ ।

ହୋଟେଲ୍ ତାଜ୍ ରୁ ନେଇ ମୁମ୍ବାଇ ରାଜ ରାସ୍ତା ଯାଏ ସବୁଠୁ ଆତଙ୍କୀଙ୍କ ଥିଲା ରାଜ । ଏହି ଆତଙ୍କୀ ଆକ୍ରମଣ ଓ ଷଡ଼ଯନ୍ତ୍ର ରେ ୧୬୬ ନିରୀହ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୧୧ଯବାନ ସହୀଦ ହୋଇଥିଲେ । ୩୦୦ ରୁ ଅଧିକ ଆହତ ମଧ୍ୟ ହୋଇଥିଲେ ।। ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମି ନସ୍ ରେ ପହଞ୍ଚି ଆଖିବୁଜା ଗୁଳି ଚଳାଇଥିଲେ ।

ହୋଟେଲ୍ ତାଜ ରେ ଅନେକ ଲୋକଙ୍କ ଉପରେ ଗୁଳି ଚଳାଇଥିବା ବେଳେ ଅନେକ ଲୋକଙ୍କୁ ବନ୍ଧକ ମଧ୍ୟ ରଖିଥିଲେ । ଯେଉଁଥିରେ ୭ଜଣ ବିଦେଶୀ ଥିଲେ । ପୁରା ହୋଟେଲ୍ କୁ କବଜା କୁ ନେଇଥିଲେ ଅାତଙ୍କୀ ମାନେ । ହୋଟେଲ୍ ର ହେରିଟେଜ ଉଇଂଗ୍ ରେ ନିଁଆ ଲଗାଇଦେଇଥିଲେ । ଆଉ ତାପରେ ଆରମ୍ଭ ହୋଇଥଲା। ଅପରେସନ ଆତଙ୍କୀ । ଏନ୍ ସିଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ କଡ଼ା ଜବାବ୍ ଦେଇଥିଲେ । ଏଥିରେ ଟଲିପଡିଥିଲେ ୯ ଆତଙ୍କବାଦୀ ।ଶେଷରେ ଦୁର୍ଦ୍ଦାନ୍ତ ମାଷ୍ଟର ମାଇଣ୍ଡ ଆଜମେର କସବ୍ କୁ ଜୀବନ୍ତ ଭାବେ ଧରିଥିଲା ମୁମ୍ବାଇ ପୋଲିସ୍ ।

କସବ ଗିରଫ ପରେ ପାକିସ୍ତାନ ଆକ୍ରମଣର ପୁରା ଘଟଣା ପଦାକୁ ଆସିଥିଲା ।୨୦୧୨ ନଭେମ୍ବର ୨୧ରେ ତାକୁ ଫାଶୀ ମିଳିଥିଲା । ବର୍ଷ ପରେ ବର୍ଷ ବିତିଚଲିଛି ହେଲେ ଏହି ଲୋମହର୍ଷଣକରି ଘଟଣା ଓ କାଳ ରାତ୍ରିର ଚିତ୍ର

ଏବେ ବି ଲୋକଙ୍କ ମନରେ ଉଦ୍ ଜୀବିତ ହୋଇ ରହିଛି ।

Leave A Reply

Your email address will not be published.