Latest Odisha News

BREAKING NEWS

ପାଣି ତଳେ ୧୨୦ ଦିନ, ଗିନିଜ ୱାଲ୍ଡ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜଣେ ଜର୍ମାନ ଏରୋସ୍ପେସ୍ ଇଞ୍ଜିନିୟର ପାଣି ତଳେ ରହି ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ୫୯ ବର୍ଷୀୟ ରୁଡିଗର କୋଚ୍ ପାନାମା ଉପକୂଳରୁ ସମୁଦ୍ର ତଳକୁ ୧୧ ମିଟର (୩୬ ଫୁଟ) ତଳେ ପ୍ରାୟ ୧୨୦ ଦିନ ପାଣି ଭିତରେ ବିତାଇଥିଲେ।

ରୁଡିଗର ପାଣି ମଧ୍ୟରେ ଏକ ‘କ୍ୟାପସୁଲ୍’ରେ ରହୁଥିଲେ। ଯେଉଁଥିରେ ଏକ ବିଛଣା, ଶୌଚାଳୟ, ଟିଭି, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ବ୍ୟବସ୍ଥା ରହିଥିଲା। ବ୍ୟାୟାମ ପାଇଁ ଉପକରଣ ମଧ୍ୟ ଥିଲା।

ସମୁଦ୍ର ତଳେ ଥିବା ଏହି ‘କ୍ୟାପସୁଲ୍’ ପାଣି ଉପରେ ଅନ୍ୟ ଏକ ଚାମ୍ବର ସହିତ ସଂଯୁକ୍ତ ଥିଲା। ଯେଉଁଥିରେ ରୁଡିଗରଙ୍କ ଟିମ୍ ରହୁଥିଲେ। ତେବେ ଉଭୟ ରୁମ୍ ଏକ ମୋଟା ପାଇପ୍ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ ଥିଲା।

ଟିମ୍ ମେମ୍ବର ଏବଂ ସାମ୍ବାଦିକମାନେ ଏହି ରାସ୍ତା ଦେଇ ତାଙ୍କ ପାଖକୁ ଯାତାୟାତ କରୁଥିଲେ। ଏହି ରାସ୍ତାଦେଇ ଖାଦ୍ୟ ପଠାଯାଉଥିଲା। ବିଦ୍ୟୁତ୍ ପାଇଁ ବାହାର ଚାମ୍ବରରେ ଥିବା ସୌର ପ୍ୟାନେଲ ଲଗାଯାଇଥିଲା ବେଳେ ବ୍ୟାକଅପ୍ ଜେନେରେଟର ମଧ୍ୟ ରହିଥିଲା।

ତେବେ ଜାନୁଆରୀ ୨୪ରେ ରୁଡିଗର ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ସୁଜାନା ରେୟସ୍ କହିଛନ୍ତି ଯେ ଏହି ଏରୋସ୍ପେସ୍ ଇଞ୍ଜିନିୟର ଆମେରିକାର ଜୋସେଫ୍ ଡିଟୁରିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଡିଟୁରି ଫ୍ଲୋରିଡା ଲାଗୁନର ପାଣି ତଳେ ଥିବା ଲଜରେ ୧୦୦ଦିନ ବିତାଇଥିଲେ।

 

Comments are closed.