Latest Odisha News

BREAKING NEWS

୧୨୦ ଘଣ୍ଟାର ମାରାଥନ୍ ରୋଷେଇ କରିି ବିଶ୍ୱ ରେକର୍ଡ

ଜାପାନ: ପ୍ରତ୍ୟେକ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ କିଛି ନିଆରା କରି ରେକର୍ଡ଼ କରିଥାନ୍ତି । ଏବେ ଠିକ୍ ସେମିତି ଜାପାନର ଜଣେ ଯୁବକ ୧୨୦ ଘଣ୍ଟାର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି ।

ଆୟରଲାଣ୍ଡ୍ ବାସିନ୍ଦା ଆଲାନ୍ ଫିସର । ତାଙ୍କର ଜାପାନରେ ଏକ ରେସ୍ତୋରାଁ ରହିଛି । ନିକଟରେ ଆଲାନ୍ ରୋଷେଇ ସଂକ୍ରାନ୍ତ ଦୁଇଟି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମଟିରେ ସେ ବ୍ୟକ୍ତିଗତ ଭାବେ ଦୀର୍ଘ ୧୧୯ ଘଣ୍ଟା ୫୭ ମିନିଟ୍ ଲଗାତାର ରୋଷେଇ କରି ଦୀର୍ଘତମ ରୋଷେଇ ମାରାଥନର ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ନାଇଜେରୀୟ ସେଫ୍ ହିଲଡା ବାସିଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏ ଫିସରଙ୍କ ଠାରୁ ୨୪ ଘଣ୍ଟା କମ୍ ସମୟ ରୋଷେଇ କରିଥିଲେ ।

ସେହିପରି ଆଲାନ୍ ଦୀର୍ଘ ୪୭ ଘଣ୍ଟା ୨୧ ମିନିଟ୍ ଧରି ଲଗାତାର କେକ୍ ପ୍ରସ୍ତୁତ କରି ବେକିଂ ମାରାଥନ୍ ରେକର୍ଡ ହାସଲ କରିଛନ୍ତି । ତେବେ ସବୁଠୁ ମଜାଦାର କଥାଟି ହେଉଛି, ଆଲାନ୍ ଲଗାତାର ଭାବେ ଦୁଇଟି ଯାକ ରେକର୍ଡ ହାସଲ କରିପାରିଛନ୍ତି । ଅର୍ଥାତ୍ ସେ ଏକାଦିକ୍ରମେ ୧୬୦ ଘଣ୍ଟାରୁ ଅଧିକ ସମୟ ରୋଷଶାଳାରେ ହିଁ ବିତାଇଥିଲେ ।

ଏପରି ଭାବେ ଦୀର୍ଘ ୯ ଦିନର ରୋଷେଇରେ ସେ ୩୫୭ କେ.ଜି. ଓଜନର କେକ୍ ଓ ୫୯୦ କେ.ଜି. ଓଜନର ଅନ୍ୟାନ୍ୟ ଖାଦ୍ୟ (୩୨ ପ୍ରକାର ବ୍ୟଞ୍ଜନ ସମ୍ବଳିତ) ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ମାରାଥନ ରୋଷେଇ ବେଳେ ତାଙ୍କୁ ଏକାକୀ ପ୍ରାୟ ତିନି କ୍ୱିଣ୍ଟାଲ ଆଳୁରୁ ଚୋପା ଛଡ଼ାଇବାକୁ ପଡ଼ିଥିଲା । ସେହିପରି ସେ ନିଜ ହାତରେ ଆବଶ୍ୟକ ପରିମାଣର ଅଟା ଦଳିଥିଲେ ।

Leave A Reply

Your email address will not be published.