Latest Odisha News

BREAKING NEWS

ହିନ୍ଦୁ ସଂପ୍ରଦାୟକୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଲେ ଜାଭେଦ ଅଖତର

ମୁମ୍ବାଇ: ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଛନ୍ତି ଭେଟରାନ କବି ତଥା ବଲିଉଡର ଲୋକପ୍ରିୟ ଗୀତିକାର ଜାଭେଦ ଅଖତର । ହିନ୍ଦୁ ସଂସ୍କୃତି ଓ ପରମ୍ପରା ପାଇଁ ଭାରତରେ ଗଣତନ୍ତ୍ର ରହିଛି ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସମାଜରେ ଅସହିଷ୍ଣୁତା ବଢ଼ିବାରେ ଲାଗିଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ।

ଜାଭେଦ କହିଛନ୍ତି, ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅସହିଷ୍ଣୁ । ହିନ୍ଦୁମାନେ ସେମିତି ନୁହନ୍ତି । ସେମାନଙ୍କ ପାଖରେ ମହାନ ଗୁଣ ରହିଛି । ସେମାନେ ଉଦାର ଓ ସେମାନଙ୍କ ହୃଦୟ ବେଶ ବିଶାଳ । ଦୟା କରି ଏହାକୁ ପରିତ୍ୟାଗ କରନ୍ତୁ ନାହିଁ । ନଚେତ ଆପଣମାନେ ମଧ୍ୟ ଅନ୍ୟମାନଙ୍କ ଭଳି ହୋଇଯିବେ । ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଆୟୋଜିତ ଦୀପତ୍ସୋବରେ ଯୋଗଦେଇ ଜାଭେଦ ଏକଥା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ ଠାକରେ ମଧ୍ୟ ଉପସ୍ଥିତ ରହିଥିଲେ ।

ଜାଭେଦ ଅଖତର ଆହୁରି କହିଛନ୍ତି, “କେମିତି ଆମ ଜୀବନଶୈଳୀକୁ ଆଗକୁ ନେବାକୁ ହେବ, ସେକଥା ଆମେ ହିନ୍ଦୁଙ୍କ ଠାରୁ ଶିଖିଛୁ । କ’ଣ ଆମେ ଏହାକୁ ଛାଡ଼ି ପାରିବୁ? ଭଗବାନ ରାମ ଓ ମା’ ସୀତାଙ୍କ ମାଟିରେ ଜନ୍ମ ଗ୍ରହଣ କରିଥିବାରୁ ଜାଭେଦ ଅଖତର ଗର୍ବ ଅନୁଭବ କରୁଥିବା କହିଛନ୍ତି । ସେ ସବୁବେଳେ ଭଗବାନ ରାମ ଓ ମା’ ସୀତାଙ୍କୁ ଦେଶର ସମ୍ପତ୍ତି ଭାବେ ବିବେଚନା କରନ୍ତି । ରାମାୟଣ ହେଉଛି ଆମ ଐତିହ୍ୟ ସଂସ୍କୃତି । ଏହା ହିନ୍ଦୁ ସଂସ୍କୃତି । ଏହା ସଭ୍ୟତା । ଏହା ଆମକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେଇଛି । ଏହି କାରଣ ପାଇଁ ଦେଶରେ ଗଣତନ୍ତ୍ର ରହିଛି । ଆମେ ଠିକ ଓ ଅନ୍ୟମାନେ ଭୁଲ ବୋଲି ଭାବିବା ହିନ୍ଦୁମାନଙ୍କ କାମ ନୁହେଁ ।

Leave A Reply

Your email address will not be published.