Latest Odisha News

BREAKING NEWS

ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ

ବଲାଙ୍ଗିର: ବେଆଇନ ଭାବେ କଫ ସିରପ୍ ଚାଲାଣ ବେଳେ ପ୍ରାୟ ୧୨୦୦ ବୋତଲ ଜବତ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ କଫ୍ ସିରପ୍ ବେଆଇନ ଭାବେ ଚାଲାଣ ହେଉଥିଲା। ଗୋଟିଏ ଆପାଚି ବାଇକ୍‌ରେ ବୋଲେରୋକୁ ଏସ୍କର୍ଟ କରୁଥିଲା ଜଣେ କଫସିରଫ ବେପାରୀ। ଏନେଇ କୌଣସି ସୂତ୍ରରୁ ବଲାଙ୍ଗିର ଟାଉନ ପୋଲିସ ଖବର ପାଇ ଏକ ସ୍ୱତନ୍ତ୍ର ଟିମ ସହ ବୋଲେରୋକୁ ପିଛା କରିଥିଲା। ଶେଷରେ ଗାଡିଟିକୁ ଅଟକାଇବାରେ ସଫଳ ହେଲା ପୋଲିସ। କିନ୍ତୁ ଗାଡି ଡ୍ରାଇଭର ସେଠାରୁ ଫେରାର ହୋଇଥିଲା।

ଅନ୍ୟପଟେ ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଚାଳକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ପୋଲିସ ଏହାକୁ ଯାଞ୍ଚ କରିବା ପରେ ବାକ୍ସ ଭିତରେ ପ୍ୟାକ୍ ହୋଇଥିବା ୧୨୦୦ ବୋତଲ କଫ୍ ସିରପ୍ ଜବତ କରିଛି। ଜବତ ବେଳେ ବୋଲେରୋ ଭିତରୁ ୧୨ ଶହ ବୋତଲ କଫ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ। ଏହାସହ କଫ ସିରପ ଚାଲାଣ ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ।

 

Leave A Reply

Your email address will not be published.