Latest Odisha News

BREAKING NEWS

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ କହିଛନ୍ତି, ସେ ଆଶା କରୁଛନ୍ତି ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଯାହାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା। ତେବେ ଏହା ତାଙ୍କ ପାଟିରୁ ଖସି ଯିବାପରେ ଏପରି ଏକ ମନ୍ତବ୍ୟ ଆସିଥିବା ଜଣାପଡ଼ିଛି।

ପାଟଣାରେ ଏନଡିଏ ପାଇଁ ନୀତୀଶ ପାଟନାରେ ପ୍ରଚାର କରୁଥିଲେ। ଏହି ସମୟରେ ସେ କହିଥିଲେ,  ତାଙ୍କର ଇଛା ଏନଡିଏ ଦେଶରେ ୪୦୦ରୁ ଅଧିକ ଆସନରେ ବିଜଯୀ ହେଉ। ଆଉ ଆଦରଣୀୟ ନରେନ୍ଦ୍ର ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଦେଶର ବିକାଶ ହେଉ, ବିହାରର ବିକାଶ ହେଉ, ସବ କିଛି ହେଉ।

ତେବେ ପାଟି ଖସିଯାଇଥିବାରୁ ପ୍ରଧାନମନ୍ତ୍ରୀ ଜାଗାରେ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ବୋଲି ମଞ୍ଚରେ ଉପସ୍ଥିତ ଅନ୍ୟନେତା ଅନୁଭବ କରିଥିଲେ। ଏହାପରେ ଏହି ୭୩ ବର୍ଷୀୟ ନେତାଙ୍କୁ ଅନ୍ୟମାନେ ଭୁଲ ବାବଦରେ ଅବଗତ କରାଇଥିଲେ। ଏହାପରେ ନୀତିଶ ନିଜର ବୟାନ ସ୍ପଷ୍ଟ କରି କହିଥିଲେ ଯେ ସେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବଜାୟ ରଖିବା ଏବଂ ଦେଶକୁ ଆଗକୁ ନେବାକୁ ଚାହୁଁଛନ୍ତି ।

୫୪୩ ଆସନ ପାଇଁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି। ୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ। ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିହାରରେ ବିଜେପି ୪୦ଟି ଆସନରୁ ୧୭ଟିରେ ନିର୍ବାଚନ ଲଢୁଛି। ସେହିପରି ଜେଡିୟୁ ୧୭ ଏବଂ ଅନ୍ଯାନ୍ୟ ଦଳ ବାକି ଆସନରେ ଲଢୁଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), କଂଗ୍ରେସ ଏବଂ ବାମପନ୍ଥୀ ଦଳକୁ ନେଇ ଗଠିତ ବିହାରର ବିରୋଧୀ ମେଣ୍ଟ ମହାମେଣ୍ଟ (ମହାମେଣ୍ଟ) ଏହାର ସବୁଠାରୁ ବଡ଼ ସହଯୋଗୀ ଆରଜେଡି ୨୬ଟି ଆସନରେ ନିର୍ବାଚନ ଲଢ଼ୁଛି।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ନୀତିଶ କହିଥିଲେ ମୋଦୀ ଯଦି ପ୍ରଧାନମନ୍ତ୍ରୀ ହେବେ ତାହେଲେ ସେ ମୁଖ୍ୟମନ୍ତ୍ରୀ ଆସନ ଛାଡିଦେବେ। ଏହାପରେ ସେ ଜିତନ ରାମ ମାଞ୍ଜିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ।

Leave A Reply

Your email address will not be published.