ଶାହରନପୁର( ଉତ୍ତରପ୍ରଦେଶ): ବିଭିନ୍ନ ପ୍ରଜାତିର ଆମ୍ବ ଖାଇଥିବେ। ବର୍ଷକୁ ଏକାଧିକ ଥର ଫଳୁଥିବା ଆମ୍ବଗଛ ବି ଅଛି। ହେଲେ ଗୋଟିଏ ଗଛରେ ଏକାଧିକ ପ୍ରକାର ଆମ୍ବ ଫଳିବା ନିଶ୍ଚିତ ଭାବେ ଅଧିକାଂଶଙ୍କ ପାଇଁ ନୂଆକଥା। ଉତ୍ତରପ୍ରଦେଶର ଶାହରନପୁରର କମ୍ପାନିବାଗ ଅଞ୍ଚଳର ଏହି ଆମ୍ବଗଛ ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏମିତି ବି ଶାହରନପୁର ଆମ୍ବ ପାଇଁ ବେଶ ପ୍ରସିଦ୍ଧ। ଏବେ ୧୨୧ ପ୍ରକାର ଆମ୍ବ ଫଳାଉଥିବା ଏହି ୧୫ ବର୍ଷର ଆମ୍ବଗଛକୁ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି। ଶାହରନପୁର ଉଦ୍ୟାନକୃଷି ତାଲିମ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଭାନୁପ୍ରକାଶ ରାମଙ୍କ କହିବା ଅନୁସାରେ କିଛି ବର୍ଷ ତେଳେ ଏହି ଆମ୍ବ ଗଛରେ ଏହି ଗବେଷଣା କରାଯାଇଥିଲା। ତତ୍କାଳୀନ ଯୁଗ୍ମନିର୍ଦ୍ଦେଶକ ଏହି ଗଛରେ ୧୨୧ ପ୍ରକାର ଆମ୍ବର ଡାଳ ଯୋଡ଼ିଥିଲେ। ଏବେ ତାହା ସଫଳ ରୂପ ନେଇଛି। ଭିନ୍ନ ଭିନ୍ନ ଡାଳରେ ଭିନ୍ନ ଭିନ୍ନ ପ୍ରକାର ଆମ୍ବ ଫଳୁଛି। ଅନ୍ୟ ଚାଷୀମନେ ମଧ୍ୟ ଏହି କୌଶଳ ଗ୍ରହଣ କରିପାରିବେ ବୋଲି ଭାନୁପ୍ରକାଶ କହିଛନ୍ତି।
BREAKING NEWS
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
Comments are closed.