ଟୋକିଓ: ଆଉ ୨୨ ଦିନ ପରେ ଟୋକିଓରେ କ୍ରୀଡା ଜଗତର ମହାକୁମ୍ଭ ଭାବେ ବିବେଚିତ ଅଲିମ୍ପିକ୍ସ ଆରମ୍ଭ ହେବ । ବିଜେନ୍ଦର ସିଂ ଏବଂ ମେରୀ କମଙ୍କ ସଫଳତା ପରେ ବକ୍ସିଂରେ ଭାରତୀୟ ବକ୍ସରଙ୍କ ପଦକ ଆଶା ଉଜ୍ଜୀବୀତ ହୋଇଛି । ୧୪ ଥର ଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ବକ୍ସର ୨ଥର ପଦକ ଜିତିପାରିଛନ୍ତି । ୨୦୦୮ ଅଲିମ୍ପିକ୍ସରେ ବିଜେନ୍ଦର ସିଂ ୭୫ କିଗ୍ରା ବିଭାଗରେ ବ୍ରୋଞ୍ଜ ଏବଂ ମେରୀକମ ୨୦୧୨ରେ ୫୧ କିଗ୍ରାରେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଏଥର ୧୪ ଜଣ ବକ୍ସର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ଅମିତ ପନ୍ଧାଲ (୫୨ କିଗ୍ରା), ମନୀଷ କୌଶିକ (୬୩କିଗ୍ରା), ବିକାଶ କ୍ରିଷ୍ଣା (୬୯କିଗ୍ରା), ଆଶୀଷ କୁମାର (୭୫ କିଗ୍ରା), ସତୀଶ କୁମାର (୯୧+ କିଗ୍ରା) । ମହିଳା ବିଭାଗରେ ଏମସି ମେରୀ କମ୍ (୫୧ କିଗ୍ରା), ସିମ୍ରନଜିତ କୌର (୬୦କିଗ୍ରା), ଲଭଲିନ ବୋରଗାହନ (୬୯ କିଗ୍ରା), ପୂଜା ରାନୀ (୭୫ କିଗ୍ରା) ଅଂଶ ଗ୍ରହଣ କରୁଛନ୍ତି । ୨୦୧୨ରେ ଭାରତ ପକ୍ଷରୁ ସର୍ବାଧିକ ୮ଜଣ ବକ୍ସର ଅଂଶ ଗ୍ରହଣ କରିଥିଲେ । ଏଥର ଏହି ରେକର୍ଡ ଭାଙ୍ଗିବ । ବକ୍ସିଂରେ ଆମେରିକା ଓଭରାଲ ୫୦ ସ୍ୱର୍ଣ୍ଣ ସହ ୧୧୪ ପଦକ ଜିତି ଶୀର୍ଷରେ ରହିଥିବା ବେଳେ କ୍ୟୁବା ୩୭ ସ୍ୱର୍ଣ୍ଣ ସହ ୭୩ ଏବଂ ବ୍ରିଟେନ ୧୮ ସ୍ୱର୍ଣ୍ଣ ସହ ୫୬ ପଦକ ଜିତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.