ଟୋକିଓ: ଆଉ ୨୨ ଦିନ ପରେ ଟୋକିଓରେ କ୍ରୀଡା ଜଗତର ମହାକୁମ୍ଭ ଭାବେ ବିବେଚିତ ଅଲିମ୍ପିକ୍ସ ଆରମ୍ଭ ହେବ । ବିଜେନ୍ଦର ସିଂ ଏବଂ ମେରୀ କମଙ୍କ ସଫଳତା ପରେ ବକ୍ସିଂରେ ଭାରତୀୟ ବକ୍ସରଙ୍କ ପଦକ ଆଶା ଉଜ୍ଜୀବୀତ ହୋଇଛି । ୧୪ ଥର ଅଲିମ୍ପିକ୍ସରେ ସାମିଲ ହୋଇଥିବା ଭାରତୀୟ ବକ୍ସର ୨ଥର ପଦକ ଜିତିପାରିଛନ୍ତି । ୨୦୦୮ ଅଲିମ୍ପିକ୍ସରେ ବିଜେନ୍ଦର ସିଂ ୭୫ କିଗ୍ରା ବିଭାଗରେ ବ୍ରୋଞ୍ଜ ଏବଂ ମେରୀକମ ୨୦୧୨ରେ ୫୧ କିଗ୍ରାରେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଏଥର ୧୪ ଜଣ ବକ୍ସର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ଅମିତ ପନ୍ଧାଲ (୫୨ କିଗ୍ରା), ମନୀଷ କୌଶିକ (୬୩କିଗ୍ରା), ବିକାଶ କ୍ରିଷ୍ଣା (୬୯କିଗ୍ରା), ଆଶୀଷ କୁମାର (୭୫ କିଗ୍ରା), ସତୀଶ କୁମାର (୯୧+ କିଗ୍ରା) । ମହିଳା ବିଭାଗରେ ଏମସି ମେରୀ କମ୍ (୫୧ କିଗ୍ରା), ସିମ୍ରନଜିତ କୌର (୬୦କିଗ୍ରା), ଲଭଲିନ ବୋରଗାହନ (୬୯ କିଗ୍ରା), ପୂଜା ରାନୀ (୭୫ କିଗ୍ରା) ଅଂଶ ଗ୍ରହଣ କରୁଛନ୍ତି । ୨୦୧୨ରେ ଭାରତ ପକ୍ଷରୁ ସର୍ବାଧିକ ୮ଜଣ ବକ୍ସର ଅଂଶ ଗ୍ରହଣ କରିଥିଲେ । ଏଥର ଏହି ରେକର୍ଡ ଭାଙ୍ଗିବ । ବକ୍ସିଂରେ ଆମେରିକା ଓଭରାଲ ୫୦ ସ୍ୱର୍ଣ୍ଣ ସହ ୧୧୪ ପଦକ ଜିତି ଶୀର୍ଷରେ ରହିଥିବା ବେଳେ କ୍ୟୁବା ୩୭ ସ୍ୱର୍ଣ୍ଣ ସହ ୭୩ ଏବଂ ବ୍ରିଟେନ ୧୮ ସ୍ୱର୍ଣ୍ଣ ସହ ୫୬ ପଦକ ଜିତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
BREAKING NEWS
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’

Comments are closed.