Latest Odisha News

BREAKING NEWS

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି ଚକୋଲେଟ୍‌

ଲଣ୍ଡନ: ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ଯେଉଁଠି ଚକୋଲେଟ୍ ଦେଖନ୍ତି ତାକୁ ଖାଇବାକୁ ଇଛା କରନ୍ତି । ହେଲେ ଏପରି ଏକ ଚକୋଲେଟ୍ ଅଛି, ଯାହାକୁ କେବଳ ଆପଣ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ । ଏବେ ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି ଚକୋଲେଟ୍ ନିଲାମ ହେବାକୁ ଯାଉଛି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

୧୯୦୨ ମସିହାରେ ରାଜା ଏଡ୍‌ୱାଡ୍ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଅଭିଷେକ ସମୟରେ ଏହି ଚକୋଲେଟ୍ ତିଆରି କରାଯାଇଥିଲା । ସେତେବେଳେ ଏହି ଚକୋଲେଟ୍‌କୁ ମେରି ଏନ୍ ବ୍ଲୋକ୍‌ମୋର ନାମକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସେ ଏହି ଚକୋଲେଟ୍‌କୁ ନ ଖାଇ ରାଜାରାଣୀଙ୍କ ଅଭିଷେକ ସନ୍ତକ ଭାବେ ନିଜ ପାଖରେ ସାଇତି ରଖିଥିଲେ । ଏବେ ବି ଏହି ଚକୋଲେଟ୍ ମେରିଙ୍କ ପରିବାରରେ ରହିଛି । ମେରିଙ୍କ ନାତି ଜିନ୍ ଥମ୍‌ସନ୍ ଏବେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୭୨ ବର୍ଷୀୟ ଜିନ୍ ଏହି କାଡ୍‌ବରି ଚକୋଲେଟ୍‌ର ଟିଣ ଡବାକୁ ନେଇ ହାନ୍‌ସନର ନିଲାମୀ କର୍ମକର୍ତ୍ତାଙ୍କ ନିକଟକୁ ଯାଇଥିଲେ । ହାନ୍‌ସନ ଅକ୍ସିନିୟର୍ସର ମୋରଭେନ୍ ଫେୟାରଲି କହିଛନ୍ତି ଯେ, ସେ ସମୟରେ ପିଲାଙ୍କୁ ଚକୋଲେଟ୍ ଖାଇବାକୁ ଦିଆଯାଉ ନ ଥିଲା । ସେତେବେଳେ ମେରିଙ୍କ ପାଇଁ ଏହା ଏତେ ବଡ଼ ଉପହାର ଥିଲା ଯେ ସେ ଏହାକୁ ନ ଖାଇ ସାଇତି ରଖିଥିଲେ । ଏହି ଚକୋଲେଟ୍‌ର ଟିଣ ଡବା ଉପରେ ରାଜା ଏଡ୍‌ୱାଡ୍ ଏବଂ ରାଣୀ ଆଲେକ୍ ଜାଣ୍ଡାରଙ୍କ ଚିତ୍ର ମଧ୍ୟ ରହିଛି । ଏହା କାଡ୍‌ବରି ଭାନିଲା ଚକୋଲେଟ୍ ଥିଲା । ଏହା ନିଲାମ ହେଲେ ୧୦୦ରୁ ୧୫୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୬ ହଜାର ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି ।

Leave A Reply

Your email address will not be published.