Latest Odisha News

BREAKING NEWS

ଜୋର୍ ଧରିଲା ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଦାବି, ଜିଲ୍ଲାପାଳ କହିଲେ ଆଲୋଚନା କରି ନିଆଯିବ ପଦକ୍ଷେପ

ପୁରୀ: ତେଜୁଛି ଦାବି, ଖୋଲି ଦିଆଯାଉ ଶ୍ରୀମନ୍ଦିରର ଚାରି ଦ୍ୱାର । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଲେ ସହଜ ହେବ ଜଗା ଦର୍ଶନ । ଏ ଦାବିରେ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛି ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ । ଶ୍ରୀମନ୍ଦିରର ଚାରି ଦ୍ୱାର ଦର୍ଶନ ପାଇଁ ଖୋଲା ଗଲେ ଗହଳି ନିୟନ୍ତ୍ରଣ ହୋଇ ପାରିବ । ଯାହାକୁ ନେଇ ଆଜି ଜିଲ୍ଲାପାଳ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ପୁରୀବାସୀଙ୍କ ପାଇଁ ଚାରି ଦ୍ୱାର ଖୋଲି ଦିଆ ନଗଲେ ବିଜେପି ଆନ୍ଦୋଳନ କରିବ ବୋଲି କହିଛନ୍ତି ପୁରୀ ବିଧାୟକ ।

ଶ୍ରୀମନ୍ଦିରର ଚାରି ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ଓ ଅନ୍ୟ ଦାବି ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି ଶ୍ରୀ ଜଗନ୍ନାଥ ସେନା । ସେନାର ଆବହକ ଚାରିଦ୍ୱାରର ମହିମା ବଖାଣିବା ସହ ଶୀଘ୍ର ୪ ଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଜିଲ୍ଲାପାଳ କହିଛନ୍ତି  ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ, ବିଭିନ୍ନ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ।

ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ତେବେ ପ୍ରଶାସନ କି ନିଷ୍ପତ୍ତି ନେଉଛି, କେବେ, କାହା ପାଇଁ ଖୋଲା ଯାଉଛି ୪ ଦ୍ୱାର ? ତାକୁ ଅପେକ୍ଷା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ । ଶୀଘ୍ର ପ୍ରଶାସନ ଏନେଇ ନିଷ୍ପତ୍ତି ନ ନେଲେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.