Latest Odisha News

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟାଙ୍କୁ ଅକ୍ଟୋବର ୨୦୨୨ରେ ଜାମିନ ମିଳିଥିଲା । ଏହି ଜାମିନକୁ ଚାଲେଞ୍ଜ କରିଥିଲା ସିବିଆଇ । ସିବିଆଇ ଆଜି ଏହି ଚାଲେଞ୍ଜକୁ ପ୍ରତ୍ୟାହାର କରିନେଇଥିବାରୁ ରିୟାଙ୍କୁ ଆଶ୍ୱସ୍ତି ମିଳିଛି ।

ଏନ୍‌ସିବି ମଧ୍ୟ ସୁପ୍ରିମ୍‌କୋର୍ଟରେ ରିୟାଙ୍କ ଜାମିନକୁ ଚାଲେଞ୍ଜ କରିଥିଲା । ରିଆ ଡ୍ରଗ୍ସ୍ ସିଣ୍ଡିକେଟର ସକ୍ରିୟ ସଦସ୍ୟ ଥିବା ବେଳେ ସୁଶାନ୍ତଙ୍କୁ ନିଶା ଖୁଆଉଥିବା ଏନ୍‌ସିବି ଅଭିଯୋଗ କରିଥିଲା । ନିଜର ବୟଫ୍ରେଣ୍ଡ ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ଓ ନିଶା ସମ୍ବନ୍ଧୀୟ ମାମଲାରେ ରିୟା ଗିରଫ ହୋଇଥିଲେ । ମାସକ ପରେ ରିୟାଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକାରେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାର ସର୍ତ୍ତରେ ଗତବର୍ଷ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ ।

ଅତିରିକ୍ତ ସଲିସିଟର ଜେନେରାଲ ଏସ.ବି ରାଜୁ ଜଷ୍ଟିସ ଏ.ଏସ ବୋପନ୍ନା ଏବଂ ଏମ ସୁନ୍ଦରେଶଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ, ଏନସିବି ଜାମିନକୁ ଚ୍ୟାଲେଞ୍ଜ କରୁନାହିଁ, କିନ୍ତୁ ଏନଡିପିଏସ ଆକ୍ଟର ଧାରା ୨୭-ଏର ସମ୍ବନ୍ଧରେ ଆଇନର ପକ୍ଷକୁ ଖୋଲା ରଖିବା ଉଚିତ୍ । ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ଏନସିବିର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲା ।

Leave A Reply

Your email address will not be published.