Latest Odisha News

BREAKING NEWS

ଭାରତୀୟ ସେନାକୁ ଆଉ ଏକ ସଫଳତା, ପାନସରରେ ଠାବ କଲେ ୧୫୦ ମିଟର ଲମ୍ବର ସୁଡଙ୍ଗ

କଠୁଆ: ପାକିସ୍ତାନ ଓ ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଦେଇଛି । ସେନାର ସତର୍କତା ଯୋଗୁ ଏଲଓସି ନିକଟରେ କଠୁଆର ଜିଲ୍ଲାର ପାନସରଠାରେ ୧୫୦ ମିଟର ଲମ୍ବର ଏକ ସୁଡଙ୍ଗ ଠାବ କରାଯାଇଛି । ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଏସଆଇ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଏହି ଷଡଯନ୍ତ୍ର ରଚିଥିଲେ । ୧୦ ଦିନ ମଧ୍ୟରେ ସେନା ଏଲଓସିରେ ଦ୍ୱିତୀୟ ସୁଡଙ୍ଗ ଠାବ କରିଛି ।

ଏହା ଏକ ପୁରୁଣା ସୁଡଙ୍ଗ ହୋଇଥିବାରୁ ୭/୮ ବର୍ଷ ହେବ ଏହି ବାଟେ ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ କରୁଥିଲେ । ଫରୱାର୍ଡ ପୋଷ୍ଟ ୧୪ ଓ ୧୫ ମଧ୍ୟରେ ଏହି ସୁଡଙ୍ଗ ରହିଛି । ସୁଡଙ୍ଗର ଆରମ୍ଭ ପଟ ପାକିସ୍ତାନର ଶାକରଗଡ ଜିଲ୍ଲାର ଅଭିୟାଲ ଡୋଗରା ଏବଂ କିଙ୍ଗରେ ଡେ କୋଠେ ବର୍ଡର ଆଉଟ ପୋଷ୍ଟ ସମ୍ମୁଖରେ ରହିଛି । ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନ ଯୋଜନା କରୁଥିବାର ସମସ୍ତଙ୍କୁ ଆଲର୍ଟ କରିଦିଆଯାଇଛି ।

Leave A Reply

Your email address will not be published.