Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ ବଲାଙ୍ଗିରରୁ ୭୬ ଜଣ ଲେଖାଏଁ, କଟକ ଓ କେନ୍ଦୁଝରରୁ ୭୪ ଜଣ ଲେଖାଏଁ, ୬୫ ଜଣ ମୟୁରଭଞ୍ଜରୁ, ୬୧ ଜଣ ନୂଆପଡାରୁ, ଜଗତସିଂହପୁରରୁ ୫୯ ଜଣ, ୫୭ ବରଗଡରୁ, ୪୪ ଜଣ କେନ୍ଦ୍ରାପଡାରୁ, ୪୩ ଜଣ ପୁରୀରୁ, ୩୮ ଜଣ ଢେଙ୍କାନାଳରୁ, ୩୦ ଜଣ ସମ୍ବଲପୁରରୁ, ୨୮ ଜଣ ଯାଜପୁରରୁ, ୨୫ ଜଣ କଳାହାଣ୍ଡିରୁ, ୨୨ ଜଣ ଗଞ୍ଜାମରୁ, ୨୦ ଜଣ ଭଦ୍ରକରୁ, ୨୦ ଜଣ କୋରାପୁଟରୁ, ୧୮ ଜଣ ନବରଙ୍ଗପୁରରୁ, ୧୩ ଜଣ କନ୍ଧମାଳରୁ, ୧୨ ଜଣ ଝାରସୁଗୁଡାରୁ, ୧୧ ଜଣ ରାୟଗଡାରୁ, ଦେବଗଡ ଓ ନୟାଗଡରୁ ୯ ଜଣ ଲେଖାଏଁ, ୮ ଜଣ ସୋନପୁର, ୬ ଜଣ ମାଲକାନଗିରିରୁ, ୩ ଜଣ ଗଜପତିରୁ, ୨ ଜଣ ବୌଦ୍ଧ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୦୫,୯୮୬ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୯୩,୭୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୪୮୩ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.