Latest Odisha News

BREAKING NEWS

ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…

ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ

ଅନୁଷ୍କା ଶର୍ମା : ଅନୁଷ୍କା ରବ ନେ ବନା ଦି ଯୋଡିରେ ଶାହରୁଖ ଖାନଙ୍କ ବିପକ୍ଷରେ ବଲିଉଡର ଡେବ୍ୟୁ କରିଥିଲେ। ତାଙ୍କର ସେବେର ଲୁକ ଆଜି ମଧ୍ୟରେ ଆକାଶ ପାତାଳ ଫରକ। ଡ଼କ୍ ସେପ୍ ର ଓଠ ପାଇବା ପାଇଁ ସେ ଅସ୍ତ୍ରୋପଚାର କରାଇଛନ୍ତି।

ଜାନଭି କପୁର: ଶ୍ରୀଦେବୀଙ୍କ ଏବଂ ବୋନି କପୁର ଝିଅ ଜାନଭି କପୁର। ଏହି ଷ୍ଟାର କିଡ ନିଜ ଓଠରେ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କୁ ପ୍ରଥମେ ଇଶାନ ଖଟ୍ଟରଙ୍କ ବିପକ୍ଷରେ ଧଡକ ଫିଲ୍ମରେ ଦେଖିବାକୁ ମିଳିଥିଲା।

ଶ୍ରୁତି ହାସନ: କମଲ ହାସନଙ୍କ ଝିଅ ତଥା ଉଭୟ ବଲିଉଡ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଶୃତି ହାସନ। ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ନିଜ ନାକର ସର୍ଜରୀ କରାଇଥିଲେ। ଏବଂ, ବହୁ ବର୍ଷ ପରେ ସେ ନିଜ ଓଠର ସର୍ଜରୀ କରାଇ ଏହାକୁ ଡକ୍ ସେପ୍ ଦେଇଛନ୍ତି।

ଶିଳ୍ପା ଶେଟ୍ଟୀ: ଶିଳ୍ପା ଶେଟ୍ଟୀ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିବା ଶୁଣା ଯାଉଥିଲା। ମାତ୍ର ପାର୍ଥକ୍ୟ ଖୋଜିବା କଷ୍ଟସାଧ୍ୟ। ଏକ ସାକ୍ଷାତକାରରେ ଶିଳ୍ପା କହିଥିଲେ ଯେ, ସେ ଶରୀରର କୌଣସି ଅଙ୍ଗ ପରିବର୍ତ୍ତନ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେ ପ୍ଲାଷ୍ଟିକ ସର୍ଜରୀକୁ ବିରୋଧ କରୁଛନ୍ତି।

ପ୍ରିୟଙ୍କା ଚୋପ୍ରା: ଦେଶୀ ଗାର୍ଲ ପ୍ରିୟଙ୍କା ଛୋପ୍ରାଙ୍କ ମଧ୍ୟରେ ଦର୍ଶକ ଅନେକ ପରିବର୍ତ୍ତନ ଦେଖିଛନ୍ତି । ଯଦିଓ ସେ କେବେ ଏହାକୁ ସ୍ୱୀକାର କରିନାହାଁନ୍ତି । ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଚେହେର ପରିବର୍ତ୍ତନ ସେ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିବା ପ୍ରମାଣ ଦେଉଛି।

ବାଣୀ କପୁର: ବେଫିକରେ ର ଅଭିନେତ୍ରୀ ବାଣୀ କପୁର ପ୍ରଥମେ ଶୁଧ ଦେଶୀ ରୋମାନ୍ସ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସେ କଦାପି ଏହାକୁ ଗ୍ରହଣ କରିନଥିଲେ ମଧ୍ୟ ତାଙ୍କ ଚେହେରା ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ସେ ନିଜ ଓଠର ସର୍ଜରୀ କରାଇ ଡକ୍ ସେପ୍ ଦେଇଛନ୍ତି।

ପ୍ରିତି ଜିଣ୍ଟା: ବଲିଉଡ ବବଲି ଗାର୍ଲ ପ୍ରୀତି ଜିଣ୍ଟାଙ୍କ ଡିମ୍ପଲ ହିଁ ତାଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟତା ପ୍ରଦାନ କରେ। ତଥାପି, ସେ ନିଜର ବ୍ରୋ ଲିଫ୍ଟର୍, ନାକ ଏବଂ ଓଠ ଆଦିରେ ସର୍ଜରୀ କରାଇଥିବା ଶୁଣିବାକୁ ମିଳେ।

Leave A Reply

Your email address will not be published.