ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ତାଙ୍କ ପାଖରୁ ନଗଦ ୧୧ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।
ଅବକାରୀ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ବର୍ଷ ହେଲା ସୁକାନ୍ତି ଠେଲା ଗାଁରେ ଫଳ ବିକ୍ରି କରୁଥିଲେ । ତେବେ ସେ ନିଶା କାରବାରରେ ସଂପୃକ୍ତ ଥିବା ନେଇ ସୂଚନା ମିଳିଥିଲା। ଗତ କିଛି ଦିନ ହେଲା ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କ ଉପରେ ନଜର ରଖିଥିଲେ । ସୋମବାର ସୁକାନ୍ତି ଗ୍ରାହାକଙ୍କୁ ବିକ୍ରି ପାଇଁ ବ୍ରାଉନସୁଗର ରଖିଥିବା ସୂଚନା ମିଳିଥିଲା । ଇନ୍ସପେକ୍ଟର ଗିତାଞ୍ଜଳୀ ସାହୁ ଓ ତାଙ୍କ ଟିମ ସୁକାନ୍ତିଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଏକ ଛୋଟ ଡବା ଭିତରୁ ବ୍ରାଉନ ସୁଗର ରହିଥିଲା ବୋଲି ବିଭାଗର ଉପ ଆୟୁକ୍ତ ଅଶୋକ ଶତପଥି ସୂଚନା ଦେଛନ୍ତି। ସୁକାନ୍ତିଙ୍କ ଝିଅ ପୋଲିସ କନେଷ୍ଟବଳ ଭାବେ କାମ କରୁଛନ୍ତି। ତାଙ୍କୁ କିଏ ଯୋଗାଣ କରୁଥିଲେ ମଧ୍ୟ ସେ କାହାକୁ ବିକ୍ରି କରୁଥିଲେ, ସେନେଇ ତଦନ୍ତ ଚାଲିଛି। ଗତ କିଛି ଦିନ ହେଲା ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରୁ ବ୍ରାଉନସୁଗର ଜବତ ହେବାେର ଲାଗିଛି।
BREAKING NEWS
- ସୋସିଆଲ ମିଡିଆରେ ଫସୁଛନ୍ତି ଛୋଟ ପିଲା, ଚିନ୍ତା ବଢ଼ାଇଲା ରିପୋର୍ଟ
- ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି
- ଗୁଗଲ୍ କ୍ରୋମର ଚମତ୍କାର ଫିଚର୍ସ, ଏହି ଟ୍ରିକ୍ ଜାଣିଲେ ସହଜ ହୋଇଯିବ ସବୁ କାମ
- ଏହି ଦେଶରେ ହୋଇଥାଏ ସବୁଠାରୁ ଅଧିକ ବାଲ୍ୟ ବିବାହ, ଆମ ଭାରତରେ…
- ମାଙ୍କଡ କବଳରୁ ମୁକ୍ତି ପାଇଁ ଭାଲୁ ସାଜିଲେ ସରପଂଚ
- କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ୧୯ତମ ବାର୍ଷିକ ଦିବସ
- ଅଜବ ବ୍ୟବସ୍ଥା; ଟ୍ରେନ ଟଏଲେଟ ପାଖରେ ବସି ଯାତ୍ରା କଲେ ଓଡ଼ିଶା ଖେଳାଳି
- ପ୍ରେମ କଲା ବାୟା; ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ…
- ସୁଜାତା ରାଜନୀତିକୁ ଆସିବା ଠିକ ନୁହେଁ, ନବୀନ ଆମର ନେତା
- ହକି: ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କଲା ଓଡିଶା
Comments are closed.