ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପୂର୍ବରୁ ବ୍ୟବସାୟ କ୍ଷେତ୍ରରେ ଯଦି କାହାର ନାମ ସର୍ବପ୍ରଥମେ ଆସେ ତେବେ ସେ ହେଉଛି ‘ଗୋଦରେଜ୍’ । ରିଅଲ୍ ଇଷ୍ଟେଟ୍ ଠାରୁ କଞ୍ଜ୍ୟୁମର ପର୍ଯ୍ୟନ୍ତ ବ୍ୟାପିଛି ଏହି ପରିବାରର ବ୍ୟବସାୟ । ଏବେ କିନ୍ତୁ ଏହି ୧୨୭ ବର୍ଷ ପୁରୁଣା ପରିବାରର ବିଭାଜନ ହୋଇଛି । ୨ ଭାଗରେ ବିଭାଜନ ହେଲା ଗୋଦରେଜ୍ ପରିବାରର ବ୍ୟବସାୟ । ସେହିପରି ଦୁଇ ଭାଗରେ ଭାଗ ହୋଇଛି ଗୋଦରେଜ୍ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି ।
ସୂଚନା ଅନୁସାରେ, ଆଦି ଏବଂ ତାଙ୍କ ଭାଇ ନାଦିର ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିବେ, ଯେଉଁଥିରେ ପାଞ୍ଚଟି ତାଲିକାଭୁକ୍ତ କମ୍ପାନୀ ଅନ୍ତର୍ଭୁକ୍ତ । ସେହିପରି ସମ୍ପର୍କୀୟ ଭାଇ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣାଙ୍କୁ ମଧ୍ୟ ସେମାନଙ୍କ ଭାଗ ଦିଆଯାଇଛି । ଗ୍ରୁପ ଅନୁସାରେ, ପ୍ରତିଷ୍ଠିତ ଏହି ପରିବାରକୁ ଦୁଇଟି ଭାଗରେ ବିଭାଜନ କରାଯାଇଛି । ଗୋଟେ ପଟେ ଆଦି ଏବଂ ତାଙ୍କ ଭାଇ ନାଦିର ରହିଥିବା ବେଳେ ଅନ୍ୟପଟେ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣା ରହିଛନ୍ତି ।
ସମ୍ପତ୍ତିର ଗୋଦରେଜ୍ ଇଣ୍ଡଷ୍ଟ୍ରି, ଗୋଦରେଜ୍ କନଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ ଆଗ୍ରୋଭେଟ୍, ଓ ଆସେଟେକ୍ ଲାଇଫ୍ ସାଇନ୍ସେଜ୍ ମାଲିକାନା ୮୨ ବର୍ଷିୟ ଆଦି ଗୋଦେରେଜ ଓ ତାଙ୍କ ଭାଇ ନାଦିର ଗୋଦରେଜଙ୍କୁ ମିଳିଛି । ସେହିପରି ତାଙ୍କ ସମ୍ପର୍କୀୟ ଭାଇ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣାଙ୍କୁ ସୂଚିବଦ୍ଧ ଗୋଦରେଜ୍ ଆଣ୍ଡ ବାୟସ୍ ମାନ୍ୟୁଫୃାକ୍ଚରିଙ୍ଗ କମ୍ପାନୀ ମିଳିଛି । ଭାରତୀୟ ସେୟାର ବଜାରରେ ଆଗ ତାଲିକାରେ ଥିବା ଏହି କମ୍ପାନୀର ନେଟ୍ ଓର୍ଥ ଏବେ ୨,୩୪ ଲକ୍ଷ କୋଟିରେ ପହଞ୍ଚିଥିବାବେଳେ ଦୀର୍ଘ ୧୨୭ ବର୍ଷ ପରେ ପରିବାରରେ ସମ୍ପତ୍ତି ଭାଗ ବଣ୍ଟା ହୋଇଛି ।
Comments are closed.