Latest Odisha News

BREAKING NEWS

‘ମୋ ସ୍କୁଲ’ ର ଉନ୍ନତି ପାଇଁ ୧୨୮ କୋଟି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲକ ଉନ୍ନତି ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭିତ୍ତିଭୂମି ବିକାଶ ସହପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ।

ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ ସ୍ତରରେ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ‘ମୋ ସ୍କୁଲର’ ବିସ୍ତାର ଉନ୍ନତି ଉଦ୍ଦେଶ୍ୟ ରଖି ବୁଧବାର କାର୍ଯ୍ୟନିର୍ବାହୀବୈଠକରେ ନିଷ୍ପତ୍ତି ମାନ ନିଆଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆର୍ଥିକ ସ୍ୱଚ୍ଛତା ବଜାୟ ରଖିବାକୁ ପିଏଫ୍‌ଏମ୍‌ଏସ୍‌ଏବଂ ଏସ୍‌ଏନ୍‌ଏ ଭଳି ମନିଟରିଂ ସିଷ୍ଟମ୍‌ର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୬କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ପୁରାତନ ଛାତ୍ର।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ‘ମୋ ସ୍କୁଲ’ ଅଭିଯାନକୁ ୩୬ କୋଟି ୨୪ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠିଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୮ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।

Comments are closed.