Latest Odisha News

BREAKING NEWS

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ: ମୁହାଁମୁହିଁ ହେବେ ମୋଦି-ଜିନପିଙ୍ଗ, ଫୋକସରେ ଏସବୁ ପ୍ରସଙ୍ଗ

ମସ୍କୋ: ଆଜି ଋଷିଆରେ ଅନୁଷ୍ଠିତ ହେବ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ । ଭର୍ଚୁଆଲ୍ ମିଟିଂରେ ସାମିଲ ହେବେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ କୋରିଆ ମୁଖ୍ୟ । ଏଥର ବିଷୟବସ୍ତୁ ରହିଛି ବିଶ୍ୱ ସ୍ଥରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶ ।

ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିରେ ସାମିଲ ହେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଭର୍ଚୁଆଲ୍ ବ୍ରିକ୍ ସମ୍ମିଳନୀ ହେଉଥିଲେ ବି ପୁଣି ଥରେ ମୁାଁହାଁମୁହିଁ ହେବେ ମୋଦି ଓ ଜିନପିଙ୍ଗ । ସୀମା ବିବାଦ ଭିତରେ ଦୁଇ ଦେଶର ମୁଖ୍ୟ ସାମନା ସାମନି ହେବେ ।

ମିଳିତ ଜାତିସଂଘର ୭୫ତମ ବାର୍ଷିକୀ ପୃଷ୍ଠଭୂମିରେ ଏବଂ କୋଭିଡ-୧୯ ମହାମାରୀ ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ, କୋଭିଡ ମହାମାରୀର ପ୍ରଭାବକୁ ହ୍ରାସ ଦିଗରେ ପଦକ୍ଷେପ, ଆତଙ୍କବାଦ ବିରୋଧୀ ରଣନୀତି, ସ୍ୱାସ୍ଥ୍ୟସେବାର ସହଯୋଗ, ବାଣିଜ୍ୟ ଆଜି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇପାରେ ।

୨୦୨୧ରେ ଆୟୋଜିତ ହେବାକୁ ଥିବା ୧୩ତମ ବ୍ରିକ୍ସ ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଆୟୋଜକ ରାଷ୍ଟ୍ର ହେବ । ପୂର୍ବରୁ ୨୦୧୨ ଓ ୨୦୧୬ ରେ ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜକ ଥିଲା । ତୃତୀୟ ଥର ୨୦୨୧ରେ ଆୟୋଜକ ଦାୟିତ୍ୱ ତୁଲାଇବ ଭାରତ ।

Leave A Reply

Your email address will not be published.