Latest Odisha News

BREAKING NEWS

ବିଦେଶରେ ଭଲ ରୋଜଗାର କରୁଛି ଫିଲ୍ମ ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ‘ଲକ୍ଷ୍ମୀ’ ଡିସ୍‌ନି ପ୍ଲସ ହଟଷ୍ଟାରରେ ୯ ନଭେମ୍ବରରେ ଭାରତରେ ମୁକ୍ତିଲାଭ କରିଥିଲା। ସେହି ଦିନ ଫିଲ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପପୁଆ ନ୍ୟୁ ଗିନି ଏବଂ ସାଉଦି ଆରବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଭାରତରେ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା। କିନ୍ତୁ ବିଦେଶରେ ଏହାର ରୋଜଗାର ଭଲ ହେବାରେ ଲାଗିଛି ଏବଂ ଫିଲ୍ମଟି ଏକ ବ୍ଲକବଷ୍ଟର ବୋଲି ବିଶ୍ୱାସ କରାଯାଏ।
ଏହି ଚଳଚ୍ଚିତ୍ରଟି ସାଉଦି ଆରବର ପ୍ରେକ୍ଷାଳୟରେ ମୋଟ ୧.୪୬ କୋଟି ବ୍ୟବସାୟ କରିଥିଲା। ପୂର୍ବ ସପ୍ତାହ ଅପେକ୍ଷା ଏହି ସପ୍ତାହ ଶେଷରେ ଫିଲ୍ମ ଅଧିକ ରୋଜଗାର କରିଥିଲା। ଏହି ଚଳଚ୍ଚିତ୍ରଟି ରବିବାର ୮ ଲକ୍ଷ ୬୩ ହଜାର ଟଙ୍କା ଏବଂ ଶନିବାର ଦିନ ୧୩ ଲକ୍ଷ ଟଙ୍କା ରୋଜଗାର କରିଛି।

ଫିଜିରେ ଏହି ଚଳଚ୍ଚିତ୍ର ୧୭.୧୬ ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା। ଚଳଚ୍ଚିତ୍ରଟି ଏଠାରେ ସାତଟି ସ୍ଥାନରେ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ରଟି ରବିବାର ଦିନ ୨ ଲକ୍ଷ ୫୫ ହଜାର ଏବଂ ଶନିବାର ଦିନ ୭ ଲକ୍ଷ ୩୦ ହଜାର ବ୍ୟବସାୟ କରିଥିଲା।

Leave A Reply

Your email address will not be published.