କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ଆକ୍ରାନ୍ତଙ୍କ ଗାାଁର ୩ କିଲୋମିଟର ପରିଧି ଭିତରେ ଥିବା ୧୨ଟି ଗାଁକୁ ୪୮ ଘଂଟା ପାଇଁ ସିଲ୍ କରିଦିଆଯାଇଛି ।
ତିନୋଟି ପଞ୍ଚାୟତର ଏହି ସମସ୍ତ ଗାଁକୁ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେପଟେ ସିଲ୍ କରାଯାଇଥିବା ସମସ୍ତ ଗାଁରେ ସାନିଟାଇଜେସନ୍ କାମ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ ସହ ସିଲ ହୋଇଥିବା ଗାଁରେ ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଞ୍ଚ କରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Comments are closed.