Latest Odisha News

BREAKING NEWS

ଦକ୍ଷିଣ ଆମେରିକା ଦେଶ ଇକୁଆଡରରେ ଶକ୍ତିଶାଳି ଭୂମିକମ୍ପ; ୧୩ ମୃତ, ଭାଙ୍ଗିଲା, ଘର, ସ୍କୁଲ ଓ ହସ୍‌ପିଟାଲ୍

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଇକୁଆଡର ଓ ଉତ୍ତର ପେରରୁ ଶକ୍ତିଶାଳି ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଲାଗିଥିଲା। ଫଳରେ ଦେଶରେ ଅନେକ ସ୍କୁଲ୍, ମେଡିକାଲ ଓ ଘର ଭାଙ୍ଗିଯାଇଥିଲା। ଏହାପରେ ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Ecuador

କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଜରୁରୀକାଳୀନ ଟିମ୍ ନିୟମିତ କାମ କରୁଛି ବୋଲି ଇକୁଆଡର ରାଷ୍ଟ୍ରପତି ଗୁଇଲେର୍ମୋ ଲାସୋ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Ecuador1

ଆମେରିକା ଭୂ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା(USGS) ରିକ୍ଟର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୬.୮ ଥିଲା ବୋଲି କହିଛି। ୬୬.୪(୪୧.୩ ମାଇଲ) ଗଭୀରରେ ଭୂମିକମ୍ପ ସଂଗଠିତ ହୋଇଥିଲା। ଗୁୟାସ ରାଜ୍ୟର ବାଲାଓ ସହରରୁ ୧୦ କିମି ଦୂରରେ ଏହି ଭୂମିକମ୍ପ କେନ୍ଦ୍ରଭୂତ ହୋଇଥିଲା।

Ecuador10

Ecuador9

Comments are closed.