Latest Odisha News

BREAKING NEWS

ଓସ୍କାର ପୁରସ୍କାର: ଆରଆରଆର ଟିମ କାର୍ଯ୍ୟକ୍ରମ ପାଇଁ କିଣିଥିଲେ ସିଟ

ନୂଆଦିଲ୍ଲୀ: ଆରଆରଆରର ସଙ୍ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ତେବେ ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ପାଇଁ ଆରଆରଆର ଟିମକୁ ସିଟ କିଣିବାକୁ ପଡିଥିଲା । ଏହା ବିଶ୍ୱାସ ନ ହେଲେ ବି ସତ । ଏସଏସ ରାଜମୌଲୀ ନିଜେ ଏହା ପ୍ରକାଶ କରିଛନ୍ତି । ଗୀତିକାର ଚନ୍ଦ୍ର ବୋଷ ଓ ସଙ୍ଗୀତକାର ଏମଏମ କୀରାବନି ଓ ତାଙ୍କ ପତ୍ନୀଙ୍କୁ କେବଳ ପ୍ରି ଏଂଟ୍ରି ମିଳିଥିଲା । ଗୋଟିଏ ଟିକେଟକୁ ୨୦.୬ ଲକ୍ଷ ଟଙ୍କା ଦେଇ ରାଜମୌଲୀ, ରାମଚରଣ ଓ ଜୁନିୟର ଏନଟିଆରଙ୍କ ପାଇଁ ଏହା କିଣିଥିଲେ । ପୂର୍ବରୁ ଆରଆରଆର ଟିମ ପଛ ସିଟରେ ବସି ଏହାକୁ ଦେଖୁଥିବା ଭାରତୀୟ ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା ।

ଏହି ଖବର ପ୍ରସାରିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓସ୍କାର ଏକାଡେମୀ ଭଲ ଭାବେ ଜାଣନ୍ତି କେଉଁ ଫିଲ୍ମକୁ ଏହି ପୁରସ୍କାର ମିଳିଛି । ତାହାହେଲେ ସିଟ କାହିଁକି ପ୍ରଦାନ କରା ନ ଗଲା ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଆରଆରଆରକୁ ସେଠାରେ ବଲିଉଡ ଫିଲ୍ମ କହିବା ନେଇ ମଧ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.