ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗ୍ୱାଲିଅରର ପୁରାନୀ ଛଓ୍ୱାନୀ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।
ମୃତକଙ୍କ ଭିତରେ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭର ଅଛନ୍ତି । ମୃତ ମହିଳାମାନେ ଅଙ୍ଗନାବଡ଼ି ପାଇଁ ରୋଷେଇ କରନ୍ତି । କାମ ସାରି ଅଟୋରେ ଫେରୁଥିବା ବେଳେ ବସ୍ ସହ ଧକ୍କା ହୋଇଥିଲା । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି ।
BREAKING NEWS
- Trump Warns Venezuela Interim Leadership: ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ଆଖି, ଅନ୍ତରୀଣ ସରକାରଙ୍କୁ ବି ଦେଲେ ଧମକ, କହିଲେ, ‘ପରିଣାମ ମାଦୁରୋଙ୍କଠୁ ବି ଖରାପ…’
- ଆମେରିକା ଦ୍ୱାରା ମାଦୁରୋଙ୍କ ନାଟକୀୟ ଗିରଫ: ଚୀନ୍ ଓ ରୁଷ୍କୁ କ’ଣ ସଙ୍କେତ?
- ଆମେରିକାର କୁଖ୍ୟାତ ବ୍ରୁକ୍ଲିନ୍ ଜେଲରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ: କାହିଁକି ଏହା ବିବାଦୀୟ ଜେଲ୍?
- Odisha Weather: ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା, ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା…
- Venezuela Crisis: ଆମେରିକାର ଭେନେଜୁଏଲା ଉପରେ ଆକ୍ରମଣ ଓ ଆନ୍ତର୍ଜାତୀୟ ଆଇନ କ’ଣ କହୁଛି?
- Donald Trump US; ଟ୍ରମ୍ପଙ୍କ ଧମକ: ‘ମୋତେ ଖୁସି କରିବାକୁ ହେବ’, ମୋଦୀଙ୍କୁ କଲେ ପ୍ରଶଂସା
- Bangladesh News: ବାଂଲାଦେଶରେ ଖୋକନ ଦାସଙ୍କ ହତ୍ୟା ଅଭିଯୋଗରେ ୩ ଗିରଫ…
- Nigeria News: ନାଇଜେରିଆରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ…
- Men’s Hockey India League 2026: କଳିଙ୍ଗ ଲାନସର୍ସର ଦମଦାର ଆରମ୍ଭ, ୪-୨ ଗୋଲରେ ରାଞ୍ଚିକୁ ଦେଲା ମାତ୍
- Army chief Dwivedi: ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ UAE – ଶ୍ରୀଲଙ୍କା ଗସ୍ତ; ରଣନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ
Comments are closed.